ଭାରତ-ପାକିସ୍ତାନ ମ୍ୟାଚ୍; ଟସ୍ ଜିତି ପାକ୍‌ର ବୋଲିଂ ନିଷ୍ପତ୍ତି, ବର୍ଷା ଯୋଗୁ ଖେଳ ବିଳମ୍ବ

Published By : Prameya-News7 Bureau | June 09, 2024 IST

ନ୍ୟୁୟର୍କ: ଟି-୨୦ କ୍ରିକେଟ୍ ବିଶ୍ବକପ୍ । ନ୍ୟୁୟର୍କର ନସାଓ କାଉଣ୍ଟି ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପାକ୍ । ବାବର ବାହିନୀ ଟିମ୍ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ମାତ୍ର ବର୍ଷା ଭାରତ୍-ପାକ୍ ମ୍ୟାଚରେ ବାଧକ ସଝିଛି । ବର୍ଷା ଯୋଗୁ ଖେଳ ବନ୍ଦ ରହିଥିବା ବେଳେ କିଛି ସମୟ ପରେ ପୁଣି ଖେଳ ଆରମ୍ଭ ହେବ ।

ଭାରତ- ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ଥ (ଓ୍ୱିକେଟ୍‌ କିପର), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ଶିଭମ୍‌ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମ୍‌ରାହ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି । 

ପାକିସ୍ତାନ- ମହମ୍ମଦ ରିଜ୍ୱାନ୍‌ (ଓ୍ୱିକେଟ୍‌ କିପର), ବାବର ଆଜମ୍‌ (ଅଧିନାୟକ), ଉସମାନ୍‌ ଖାନ୍‌, ଫକର ଜମାନ୍‌, ଶଦାବ ଖାନ୍‌, ଇଫିତିକାର୍‌ ଅହମ୍ମଦ, ସାହିନ୍‌ ଆଫ୍ରିଦି, ହାରିଷ୍‌ ରାଉଫ୍‌, ନସିମ୍‌ ଶାହ, ମହମ୍ମଦ ଆମିର, ଇମାଦ ଓ୍ୱାସିମ୍‌ ପ୍ଲେୟିଂ ଇଲେଭନରେ ସାମିଲ୍ ହୋଇଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.