ଭାରତ-ପାକିସ୍ତାନ ମ୍ୟାଚରେ ଆତଙ୍କୀ ଆକ୍ରମଣ ଭୟ, ଆଇଏସଆଇଏସ ପକ୍ଷରୁ ମିଳିଲା ଧମକ

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ ୩୦/୦୫: ଜୁନ୍ ପହିଲାରୁ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୪ । ନ୍ୟୁୟର୍କରେ ଖେଳାଯିବ ଏହି ଫଟାଫଟ ଟୁର୍ଣ୍ଣାମେଣ୍ଟ । ତେବେ ଜୁନ୍ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । 
ରିପୋର୍ଟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିପାରିନି । ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ ଧମକ ମିଳିଛି ମ୍ୟାଚ୍‌କୁ । ସୂଚନା ମିଳିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । କିନ୍ତୁ ଆତଙ୍କବାଦୀ ଆକ୍ରମଣ ଖବର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । 

ମିଡିଆ ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ ଲୋନ୍ ବ୍ଲୁଫ୍ ଆକ୍ରମଣ ବିଷୟରେ ସ୍ପଷ୍ଟ କରିଛି । ଏ ସମ୍ପର୍କରେ ଏକ ଭିଡିଓ ରିଲିଜ୍ ହୋଇଛି । ଏଥିରେ ଆକ୍ରମଣକାରୀମାନେ ମ୍ୟାଚ୍ ସମୟରେ ସମସ୍ୟା ବଢାଇବା ନେଇ  ଆଲୋଚନା କରିଛନ୍ତି । ଏହି ପ୍ରସଙ୍ଗରେ ନାସାହା କାଉଣ୍ଟି ପୋଲିସ କମିଶନର ପେଟ୍ରିକ୍ ରାଇଡର୍ ଏହି ଧମକକୁ ନିଶ୍ଚିତ କରିଛନ୍ତି । 

ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ନ୍ୟୁୟର୍କ ରାଜ୍ୟପାଳ କ୍ୟାଥି ହୋଚୁଲ ପ୍ରତିକ୍ରିୟା ରଖିଛନ୍ତି । ସେ X ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ତାଙ୍କ ସୁରକ୍ଷା ସମ୍ପର୍କରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ସେମାନେ ଏକାଠି କାମ କରୁଛନ୍ତି । 

ହୋଚୁଲ ଏହି ପୋଷ୍ଟରେ ଲେଖିଛନ୍ତି ଯେ କ୍ରିକେଟ୍ ବିଶ୍ୱକପ ପାଇଁ ମୋ ଟିମ୍ ଫେଡେରାଲ ଏବଂ ଆଇନ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ମ୍ୟାଚ୍‌ରେ ଉପସ୍ଥିତ ଥିବା ଲୋକଙ୍କ ସୁରକ୍ଷା ଉପରେ ଆମେ ସମ୍ପୂର୍ଣ୍ଣ ଫୋକସ କରିବୁ। କହିବାକୁ ଗଲେ ଟିମ୍ ଇଣ୍ଡିଆ ଏହାର ଅଧିକାଂଶ ମ୍ୟାଚ୍ ନ୍ୟୁୟର୍କରେ ଖେଳିବ । 


ସେ ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବେ । ଏଥିରେ ସେ ବାଂଲାଦେଶକୁ ଭେଟିବେ। ଏହା ପରେ ଜୁନ୍ ୯ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜୁନ୍ ୫ ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.