ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଆସନ୍ତାକାଲି ନିର୍ଣ୍ଣାୟକ ମ୍ୟାଚ୍, ଏହି ୩ ବ୍ୟାଟରଙ୍କ ଉପରେ ରହିବ ସଭିଙ୍କ ନଜର

31/01/2023 at 5:01 PM

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧ରେ ଟି-୨୦ ଶୃଙ୍ଖଳାର  ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଶୀର୍ଷ କ୍ରମର ବ୍ୟାଟରଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିବ। ଏ ପର୍ଯ୍ୟନ୍ତ ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ପରି ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିରେ ଶୁଭମନ ଗିଲ୍, ଇଶାନ କିଷନ ଏବଂ ରାହୁଲ ତ୍ରିପାଠୀଙ୍କ ପରି ଖେଳାଳି ମିଳିଥିବା ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି।

ଆସନ୍ତକାଲିର ମୁକାବିଲା ପରେ ଭାରତ ଲମ୍ବା ସମୟ ପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିବ ନାହିଁ। ତେଣୁ ଯୁବ ଖେଳାଳିଙ୍କ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ନିଜର ଛାପ ଛାଡିବାର ଶେଷ ସୁଯୋଗ ରହିବ। ବାଂଲାଦେଶ ବିପକ୍ଷ ଦିନିକିଆରେ ଦ୍ଵିଶତକ ହାସଲ ପରଠୁ ଇଶାନ କିଷନଙ୍କ ବ୍ୟାଟିଂରେ ନିରନ୍ତରତାର ଅଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଟର୍ଣ୍ଣ ହେଉଥିବା ବଲ୍‌କୁ ଖେଳିବାରେ ଶୁଭମନ ଗିଲ୍‌ଙ୍କୁ ମୁସ୍କିଲ ହେଉଥିବା ଦେଖିବାକୁ ମିଳିଛି। ସେ ଦିନିକିଆ କ୍ରିକେଟ୍‌ର ଫର୍ମକୁ ଟି-୨୦ରେ ବଜାୟ ରଖି ପାରି ନାହାନ୍ତି। ଏପରିକି ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନାହାନ୍ତି ରାହୁଲ ତ୍ରିପାଠୀ।

ରବିବାର ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦାୟିତ୍ଵପୂର୍ଣ୍ଣ ଇନିଂସ ଭାରତକୁ ବଡ ମୁସ୍କିଲରେ ମ୍ୟାଚ୍ ଜିତାଇବାରେ ସଫଳ ହୋଇଛି। ଭାରତ ୧୦୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଓଭରରେ ହିଁ ଜିତି ପାରିଥିଲା। ପ୍ରଥମ ଦୁଇଟି ଟି-୨୦ରେ ପିଚ୍‌ରେ  ସ୍ପିନରଙ୍କୁ ସହାୟତା ମିଳିଥିବା ଦେଖିବାକୁ ମିଳିଥିଲା। ତେବେ କଣ ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଏମିତି ପିଚ୍ ମିଳିବ ନା ରନର ବର୍ଷା ଦେଖିବାକୁ ମିଳିବ। ତାହା ଦେଖିବା ବାକି ରହିଲା।

ଏ ଖବର ପଢନ୍ତୁ- ୩ ଦିନ ପୂର୍ବେ କରିଥିଲେ ଶତକର ଭବିଷ୍ୟତବାଣୀ, ଆଉ ଆଜି…, ଦ୍ଵିତୀୟ ଦିନିକିଆରେ କ’ଣ କହିଥିଲେ ହିଟ୍ ମ୍ୟାନ୍ ?

ଉଲ୍ଲେଖନୀୟ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଦଳରେ ପୃଥ୍ଵୀ ଶଙ୍କ ଚୟନ କରାଯାଇଛି। ତେବେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁନି। ଶେଷ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନାହିଁ। ଗୋଟିଏ କଥା ସ୍ପଷ୍ଟ ଯଦି ଭାରତର ଶୀର୍ଷ ୩ ବ୍ୟାଟର ଶୃଙ୍ଖଳାର ଶେଷ ଟି-୨୦ରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ମଧ୍ୟରୁ କୌଣସି ବ୍ୟାଟର ଦଳରୁ ସ୍ଥାନ ହରାଇ ପାରନ୍ତି ଏବଂ ପୃଥ୍ଵୀ ଶଙ୍କୁ ନିଶ୍ଚିତ ଭାବେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ତେବେ ଭାରତ ବହୁ ସମୟ ପରେ ଟି-୨୦ ଶୃଙ୍ଖଳା ଖେଳିବ।

   Related Posts