ଶୋଚନୀୟ ପରାଜୟ ପରେ ବର୍ଷିଲେ କୋହଲି, କହିଲେ ଦେଖାଇ ପାରିଲୁନି ଦମଦାର ପ୍ରଦର୍ଶନ

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧: ଟି-20 ବିଶ୍ୱକପରେ ଭାରତୀୟ ଦଳ ଏକ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ପାକିସ୍ତାନ ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାସ୍ତ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଏହି ବିଶ୍ୱକପ୍‌ର ନକ୍ଆଉଟରେ ପହଞ୍ଚିବା କଷ୍ଟକର ହୋଇପଡିଛି । ତେବେ ପରାଜୟ ପରେ କ୍ୟାପଟେନ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେବା ସହ କହିଛନ୍ତି ଆମେ ସାହସିକତାର ସହ ବ୍ୟାଟିଂ କରିପାରିଲୁନି । ଯେଉଁଥିପାଇଁ ଆମେ ପରାଜିତ ହେଲୁ ।

ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି, 'ପ୍ରଥମ ଓଭରରୁ ନ୍ୟୁଜିଲାଣ୍ଡ ଆମ ଉପରେ ଚାପ ପକାଇଥିଲା । ଆମ ପାଇଁ କାଲି ଅତ୍ୟନ୍ତ ଖରାପ ଦିନ ଥିଲା । ବ୍ୟାଟିଂ କିମ୍ବା ବୋଲିଂରେ ଆମେ କୌଣସି ସାହସିକତା ଦେଖାଇ ପାରି ନ ଥିଲୁ । ଯେତେବେଳେ ବି ଆମେ କିଛି ହଟକେ କରିବା କଥା ସେତେବେଳେ ଆମର ୱିକେଟ୍ ସବୁ ଖସିଥିଲା ।

ବିରାଟ କୋହଲି କହିଛନ୍ତି, 'ଯେତେବେଳେ ଆପଣ ଭାରତ ପାଇଁ ଖେଳନ୍ତି, ସେତେବେଳେ ପ୍ରଶଂସକମାନେ ଆପଣଙ୍କଠାରୁ ବହୁତ ଆଶା ରଖନ୍ତି । ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ୮ ୱିକେଟରେ ଭାରକୁ ପରାସ୍ତ କରିଛି । ଭାରତକୁ ଆଗାମୀ ମ୍ୟାଚରେ ଆଫଗାନିସ୍ତାନ, ନାମିବିଆ, ସ୍କଟଲାଣ୍ଡକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ ।

ଯାହାଦ୍ୱାରା ସେମାନେ ସେମାନଙ୍କର ନେଟ-ରନ୍ ହାରରେ ଉନ୍ନତି କରିପାରିବେ । ଏହି ମ୍ୟାଚ୍ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ କହିଛନ୍ତି ଯେ ଭାରତ ଏକ ଶକ୍ତିଶାଳୀ ଦଳ । ତେଣୁ ଆମେ ବଡ଼ ଦଳ ବିପକ୍ଷରେ ଏକ ଭଲ ଖେଳ ଖେଳ ପ୍ରଦର୍ଶନ କରିଥିଲୁ । ଆମର ବୋଲରମାନେ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଯେଉଁଥିପାଇଁ ଏହି ବିଜୟ ହାସଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.