ସେମିଫାଇନାଲରେ ରୋହିତ୍ କରିବେ ବଡ଼ ପରିବର୍ତ୍ତନ ? ଏଭଳି ହୋଇପାରେ ଚୂଡ଼ାନ୍ତ ଏକାଦଶ...

Published By : Prameya-News7 Bureau | November 15, 2023 IST

ମୁମ୍ବାଇ: ବିଶ୍ବକପରେ ବୁଧବାର ସେମି ଫାଇନାଲ୍ ମହା ମୁକାବିଲା  । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିମୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହେବ । ଦ୍ବିପ୍ରହର ୨ଟା ବେଳେ  ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉଭୟ ଟିମ୍ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି । ଆଜିର ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେ ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ ଖେଳିବ ।  

ସେମି ଫାଇନାଲ୍ ମ୍ୟାଚରେ ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କୋହଲି ଓ୍ବାନଡେ’ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୪୯ତମ ଶତକ ସହିତ ସମାନ କରିଛନ୍ତି । ଆଜିର ମ୍ୟାଚରେ ବିରାଟ ୫୦ତମ ଶତକ ମାରି ସଚିନଙ୍କ ରେକର୍ଡକୁ ପଛରେ ପକାଇବାକୁ ଚେଷ୍ଟା କରିବେ । ବିଶ୍ବକପରେ ଭାରତ ଏବେ ସୁଦ୍ଧା ଚାମ୍ପିଅନ ଟିମ୍ ଭଳି ଖେଳିଆସିଛି । ସେମି ଫାଇନାଲରେ କ୍ବିଓ୍ବି ଦଳକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ ପାଇଁ ଜୋରଦାର ପ୍ରୟାସ କରିବ ଭାରତୀୟ ଦଳ ।

wp:html /wp:html

ସେମି ଫାଇନାଲ୍ ମ୍ୟାଚରେ ଅଧିନାୟକ ରୋହିତ୍ ଶର୍ମା ଏକ ମଜବୁତ୍ ଏକାଦଶ ସହିତ ପଡ଼ିଆକୁ ଓହ୍ଲାଇବାକୁ ଚାହିଁବେ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ଅତିରିକ୍ତ ସ୍ପିନରକୁ ପ୍ଲେଇଂ ଇଲେଭେନରେ ସାମିଲ୍ କରିବ । ସେମି ଫାଇନାଲରେ ରବିଚନ୍ଦ୍ରନ ଅଶ୍ବିନୀ ଖେଳିପାରନ୍ତି । କାରଣ ନ୍ୟୁଜିଲାଣ୍ଡ ଦଳର ଟପ୍-୮ରେ ୫ଜଣ ବାମହାତୀ ବ୍ୟାଟର ରହିଛନ୍ତି । ଆର୍ ଅଶ୍ବିନୀ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲା । ପରେ ତାଙ୍କୁ ଆଉ ସୁଯୋଗ ମିଳିନାହିଁ । ଗତ ୬ଟି ମ୍ୟାଚରେ ଭାରତୀୟ ଦଳ ଯେଉଁ ପ୍ଲେଇଂ ଇଲେଭେନକୁ ନେଇଥିଲା, ଏଥିରେ ସମସ୍ତେ ଜବରଦସ୍ତ ପ୍ରଦର୍ଶନ ଦେଖାଇଛନ୍ତି । ତେଣୁ ଟିମ୍ ସମାନ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରେ ।

wp:embed {"url":"https://www.prameyanews7.com/ind-vs-nz-wc-2023-semi-final-match-mumbai-weather-forecast-wankhede-stadium/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-nz-wc-2023-semi-final-match-mumbai-weather-forecast-wankhede-stadium/
/wp:embed

ବିଶ୍ବକପରେ ଲଗାତାର ୯ଟି ମ୍ୟାଚ୍ ବିଜୟୀ ହୋଇଛି ରୋହିତ୍ ବାହିନୀ । ବିରାଟ କୋହଲି ଏବଂ ଅଧିନାୟକ ରୋହିତ୍ ଶର୍ମା ଚତ୍ମକାର ପ୍ରଦର୍ଶନ ଦେଖାଇଛନ୍ତି । ସେହିପରି ଶ୍ରେୟସ୍ ଆୟର ଓ କେଏଲ ରାହୁଲ୍ ମଧ୍ୟ ଫର୍ମରେ ରହିଛନ୍ତି । ଅନ୍ୟପଟେ ସିରାଜ୍, ସାମି, ଏବଂ ବୁମରା ଚତ୍ମକାର ବୋଲିଂ ଦେଖାଇଛନ୍ତି । ସ୍ପିନର ଭାବେ କୁଲଦୀପ ଓ ଜାଡେଜା ମଧ୍ୟ ବିପକ୍ଷ ଦଳ ଉପରେ ଭାରି ପଡ଼ିଛନ୍ତି  । ଏଭଳି ସ୍ଥିତିରେ ଟିମ୍ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.