ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

IND vs NZ : ୧୬୦ ରନ୍‌ରେ ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍‌, ଟିମ୍‌ ଇଣ୍ଡିଆକୁ ପ୍ରାରମ୍ଭିକ ଝଟ୍‌କା

22/11/2022 at 3:00 PM

ନାପିୟର ୨୨।୧୧ : ୧୬୦ ରନ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଅଲଆଉଟ୍‌ । ୧୯.୪ଟି ବଲ୍‌ରେ ପୁରା ଟିମ୍‌ ଅଲ୍‌ଆଉଟ୍‌ । ଭାରତୀୟ ଟିମ୍‌କୁ ୧୬୧ ରନ୍‌ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ ଟିମ୍‌ । କିନ୍ତୁ ଟିମ୍‌ ଇଣ୍ଡିଆକୁ ଲାଗିଛି ପ୍ରାରମ୍ଭିକ ଝଟ୍‌କା । ମାତ୍ର ୨୩ ରନ୍‌ରେ ଟିମ୍‌ ହରାଇଛି ମୂଲ୍ୟବାନ ୩ଟି ଓ୍ୱିକେଟ୍‌ ।  

ସିରିଜ୍‌ର ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୬୦ରନ୍‌ କରିପାରିଛି । ୨୦ ଓଭର ପୂରଣ ହେବାକୁ ୨ଟି ବଲ୍‌ ବାକି ଥାଇ ପୁରା ଟିମ୍‌ ପ୍ୟାଭିଲିୟନ୍‌ ଫେରିଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କନଓ୍ୱେ ସର୍ବାଧିକ ୫୯ ରନ୍‌ କରିଥିବା ବେଳେ ଗ୍ଲେନ୍‌ ଫିଲିପ୍ସ ୫୪ ରନ୍‌ କରିଛନ୍ତି । ବାକି ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ଚମ୍‌ପନ ୧୨ ରନ୍‌, ମିଚେଲ୍‌ ୧୦ ରନ୍‌ କରିଥିବା ବେଳେ ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁପାରିନଥିଲେ । ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ ସର୍ବାଧିକ ୪ଟି  ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ବାକି ହର୍ଶଲ ପଟେଲ ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି ।  

ସେପଟେ ୧୬୧ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଦଳ ମାତ୍ର ୩ ଓଭର ଖେଳି ୨୩ ରନ୍‌ ସଂଗ୍ରହ କରିଛି । ଏଥିରେ ଟିମ୍‌ ନିଜ ନିଜ ଓପନର ବ୍ୟାଟସମ୍ୟାନ୍‌ଙ୍କୁ ହରାଇଛି । ଇଷାନ୍‌ କିଷାନ ୧୦ ରନ୍‌, ରିଷଭ ପନ୍ଥ ୧୧ ରନ୍‌, ଶ୍ରେୟସ ଆୟର ବିନା ଖାତା ଖୋଲି ପ୍ୟାଭିଲିୟନ୍‌ ଫେରିଛନ୍ତି ।

   Related Posts