ଆଇସିସି ୱାର୍ଲଡକପ୍-୨୦୧୯: ବର୍ଷା ପାଇଁ ବିଳମ୍ବିତ ହେଉଛି ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍

Published By : Prameya-News7 Bureau | June 13, 2019 IST

ଟେଣ୍ଟବ୍ରିଜ୍  ୧୩।୬: ଆଇସିସି ୱାର୍ଲଡ କପ୍ କ୍ରିକେଟର ଗୁରୁବାର ଅଷ୍ଟାଦଶତମ ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସ୍ଥିରିକୃତ ହୋଇଛି। ନଟିଙ୍ଗମ ଟେଣ୍ଟବ୍ରିଜ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ବର୍ଷା ଯୋଗୁ ବିଳମ୍ବିତ ହେଉଛି।  ବର୍ଷା ସାମାନ୍ୟ ଛାଡିଥିଲା। ଏଣୁ ପିଚ୍ ସୁଖିବାକୁ ଅପେକ୍ଷା କରାଯାଇଥିବା ବେଳେ ପୁଣି ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଟସ୍ ହୋଇପାରି ନାହିଁ।

{"id":122595}

ଭାରତୀୟ ସମୟ ଅପରାହ୍ଣ ୪ଟା ବେଳେ ଅମ୍ପାୟାରମାନେ ପଡିଆକୁ ପାଲ ପରଦା ବାହାରୁ ନିରୀକ୍ଷଣ କରିଥିଲେ। ତେବେ ଅପରାହ୍ଣ ୬ ଟା ବେଳେ ପୁଣି ଅମ୍ପାୟାର ପଡିଆ ନିରୀକ୍ଷଣ କରିବା ପରେ ଟସ୍ ନେଇ ନିଷ୍ପତ୍ତି ହେବ। ବର୍ଷା ଏବେ ଥମିଯାଇଥିବା ବେଳେ ଖେଳପଡିଆରୁ ପାଲ ବାହାର କରିଦିଆଯାଇଛି। ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଷ୍ଚାଡିୟମରେ ଅପେକ୍ଷା କରିଛନ୍ତି। ଏଣୁ ବର୍ଷା ଛାଡି ଯାଇଥିବାରୁ ଦର୍ଶକେ ମ୍ୟାଚ ହେବ ବୋଲି ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.