Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଦିନିକିଆ, ଭାରତର ବ୍ୟାଟିଂ ଜାରି

11/02/2020 at 8:07 AM

ମାଉଣ୍ଟ ମାଓଁଗାନୁଇ ୧୧।୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ମାଉଣ୍ଟ ମାଓଁଗାନୁଇ ସ୍ଥିତ ବେ ଓଭାଲ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଭାରତର ବ୍ୟାଟିଂ ଜାରି ରହିଛି । ୧୩.୪ ଓଭରରେ ୩ ଓ୍ବିକେଟ୍ ହରାଇ ୭୦ ରନ୍ ସଂଗ୍ରହ କରିଛି ଭାରତ ।

ଭାରତର ପୃଥ୍ବୀ ସ ଏବଂ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ । ପୃଥ୍ବୀ ସ ୪୨ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୩ଟି ବଲ୍ ଖେଳି ୧ ରନ୍ କରି ପ୍ୟାଭେଲିୟନ୍ ଫେରିଯାଇଛନ୍ତି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ମାତ୍ର ୧୨ଟି ବଲ୍ ରୁ ୯ରନ୍ କରି ଆଉଟ୍ ହୋଇଯାଇଛନ୍ତି । ଶ୍ରେୟସ ଆୟର ୧୮ ବଲ୍ ରୁ ୧୨ ରନ୍ ଏବଂ କେ ଏଲ ରାହୁଲ ୭ ବଲ୍ ଖେଳି ୬ ରନ୍ କରି କ୍ରିଜ୍ ରେ ରହିଛନ୍ତି ।

ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ଆଜି ନିଜ ସମ୍ମାନ ରକ୍ଷା କରିବାକୁ ଚାହିଁବ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଁ ପ୍ରଥମେ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ କରିବା ପରେ ଦିନିକିଆରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜକୁ ୫-୦ରେ କ୍ଲିନ୍ ସୁଇପ୍ କରିଥିବା ଭାରତୀୟ ଦଳ ଦିନିକିଆରେ ସିରିଜ୍ ହରାଇଛି।

ହିଟ୍ ମ୍ୟାନ୍ ରୋହିତ୍ ଶର୍ମା ଓ ଶିଖର ଧୱନ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଥିବାବେଳେ ଅଧିନାୟକ ବିରାଟ କୋହଲି ଦିନିକିଆରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଯାହାର ପ୍ରଭାବ ଦଳ ଉପରେ ପଡ଼ିଛି।

   Related Posts