ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏନସ, ପୁଣେରେ ଏହି ମ୍ୟାଚ୍ ଖେଳାଯିବ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଟିମ୍ । ଅନ୍ୟପଟେ ଭାରତୀୟ ଦଳ ଦ୍ବିତୀୟ ଟେଷ୍ଟରେ ପ୍ରଥମେ ବୋଲିଂ କରିବ । ପୁଣେ ଟର୍ଣ୍ଣିଂ ଟ୍ରାକ୍ ସ୍ପିନ୍ ବୋଲିଂ ପାଇଁ ସହାୟକ ହେବ । ହେଲେ ସକାଳେ ପାଗ କୋହଲା ରହିଥିବାରୁ କିଛି ଘଣ୍ଟା ପେସ୍ ବୋଲିଂକୁ ସୁହାଇବ ବୋଲି କୁହାଯାଉଛି । ପ୍ରଥମ ଟେଷ୍ଟ ସଫଳତା ପାଇଥିବା କ୍ବିଓ୍ବି ଟିମ୍ ଭାରତୀୟ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ରହିଛି । ସେପଟେ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ପାଇଁ ଦ୍ବିତୀୟ ମ୍ୟାଚ୍ କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସବୁ ଶକ୍ତି ଲଗାଇ ଭାରତ ଦ୍ବିତୀୟ ଟେଷ୍ଟ ଜିତିବା ସହ ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି ।
ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, ଶୁଭମନ ଗିଲ୍, ବିରାଟ କୋହଲି, ରିଷଭ ପନ୍ତ, ସର୍ଫରାଜ ଖାନ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଆକାଶ ଦୀପ ।
ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ:
ଟମ୍ ଲାଥମ(ଅଧିନାୟକ), ଡେମନ କନୱେ, ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଟମ ବ୍ଲଣ୍ଡେଲ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର, ଟିମ ସାଉଦି, ୱିଲ ଓ’ରୁର୍କ, ଅଜାଜ ପଟେଲ ।