ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

India vs New Zealand 2nd T20I: ଭାରତକୁ ୧୦୦ ରନ ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ

29/01/2023 at 8:52 PM

ଲକ୍ଷ୍ନୌ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଦ୍ଵିତୀୟ ମ୍ୟାଚ୍ ଲକ୍ଷ୍ନୌ ଠାରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଛି। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ୍ ହରାଇ ୯୯ ରନ୍‌ କରିଛି। ୧୦୦ ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ।  

ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭରୁ ୱିକେଟ୍ ବିପର୍ଯ୍ୟୟର ସାମ୍ନା କରିଥିଲା। ଭାରତୀୟ ବୋଲରମାନେ ଆଜି ଜବରଦସ୍ତ ବ୍ୟାଟିଂ କରି କିୱି ଦଳକୁ ଘାଇଲା କରିଦେଇଥିଲେ। ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ନ୍ୟୁଜିଲାଣ୍ଡ ଦଳ ଶତକ ବି ହାସଲ କରିପାରି ନାହିଁ।

ଦଳ ପକ୍ଷରୁ ମିଚେଲ ସାଣ୍ଟନର ସର୍ବାଧିକ ୧୯ ରନ୍ କରିଥିବା ବେଳେ ଏମ୍ ବ୍ରେସ୍‌ୱେଲ୍‌ ଓ ଚାପମାନ ୧୪ ରନ୍ ଲେଖାଏ କରିଥିବା ବେଳେ ଫିନ ଆଲେନ ଓ କନୱେ ୧୧ ରନ୍ ଲେଖାଏ କରିଥିଲେ। ଦଳର କୌଣସି ବ୍ୟାଟର ୨୦ ରନ୍ ସୁଧା କରିପାରି ନଥିଲେ।

ସେପଟେ ମ୍ୟାଚ୍‌ କର ଅବା ମର ପରିସ୍ଥିତି ଥିବାରୁ ଭାରତ କଡ଼ା ପରିଶ୍ରମ କରିଛି। ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଢଙ୍ଗଳରେ ଖେଳ ପ୍ରଦର୍ଶନ କରିଥିଲା ଭାରତ। ଦଳ ପକ୍ଷରୁ  କେବଳ ଅର୍ଶଦୀପ ସିଂହ ୨ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ହୁଡ୍ଡା ଓ କୁଲ୍‌ଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।  

   Related Posts