India vs New Zealand, 2nd T20I: ଦ୍ୱିତୀୟ ଟି-୨୦ରେ ଭାରତର କଷ୍ଟକର ବିଜୟ
29/01/2023 at 10:30 PM

ଲକ୍ଷ୍ନୌ: ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଜିତିଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଦ୍ଵିତୀୟ ମ୍ୟାଚ୍ ଆଜି ଲକ୍ଷ୍ନୌ ଠାରେ ଖେଳାଯାଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ୧୦୦ ରନ୍ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ୪ ୱିକେଟ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଛି।
୧୦୦ ରନ୍ର ଟାର୍ଗେଟ୍ ପୂରଣ କରିବାକୁ ଭାରତକୁ କଡା ପରିଶ୍ରମ କରିବାକୁ ପଡ଼ିଥିଲା। ଓପନର ଯୋଡ଼ି ଫେଲ୍ ମାରିବା ସହ ଟିମ୍ ଇଣ୍ଡିଆରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଯାଇଥିଲା।

ଭାରତ ପକ୍ଷରୁ ଓପନିଂ ବ୍ୟାଟିଂ କରିବାକୁ ଆସିଥିଲେ ଇଶାନ କିଶନ ଓ ଶୁଭମନ ଗିଲ୍। ଉଭୟ ବ୍ୟାଟିଂ ଜାରି ରଖିଥିବା ବେଳେ ୩.୫ ଓଭରରେ ଭାରତର ପ୍ରଥମ ୱିକେଟ୍ ଯାଇଥିଲା। ଶୁଭମନ ଗିଲ୍(୧୧) ବ୍ରେସ୍ୱେଲଙ୍କ ବଲ୍ରେ ଆଲେନ୍ଙ୍କ ହାତକୁ କ୍ୟାଚ୍ ଦେଇ ନିଜ ୱିକେଟ ହରାଇଥିଲେ।

ଗିଲ୍ ଆଉଟ ହେବା ପରେ ଦ୍ୱିତୀୟ ୱିକେଟ୍ ପାଇଁ ଇଶାନଙ୍କୁ ସହଯୋଗ କରିବାକୁ ମଇଦାନକୁ ଓହ୍ଲାଇଥିଲେ ରାହୁଲ ତ୍ରିପାଠୀ। ଉଭୟ ବ୍ୟାଟିଂ ଜାରି ରଖିଥିବା ବେଳେ ୮.୫ ଓଭରେ ରନ୍ ଆଉଟ୍ ହୋଇଥିଲେ ଇଶାନ କିଶନ। ସେ ୩୧ ବଲ୍ ଖେଳି ୧୯ ରନ୍ କରି ଆଉଟ ହୋଇଥିଲେ।

ସବୁଥର ପରି ଏଥର ବି ଫେଲ୍ ମାରିଥିଲେ ରାହୁଲ ତ୍ରିପାଠୀ। ସେ ମାତ୍ର ୧୩ ରନ୍ କରି ଇସ୍ ସୋଡିଙ୍କ ବଲ୍ରେ କ୍ୟାଚ୍ ଆଉଟ ହୋଇଥିଲେ। ଏହାପରେ ଚତୁର୍ଥ ୱିକେଟ ପାଇଁ ଆସିଥିବା ୱାଶିଂଟନ ସୁନ୍ଦର ମଧ୍ୟ ବେଶି ସମୟ ତିଷ୍ଟି ପାରି ନଥିଲେ। ସେ ମଧ୍ୟ ରନ୍ ଆଉଟ୍ ପ୍ୟାଭିଲିୟନ ଫେରିଯାଇଥିଲେ।

ସୁନ୍ଦରଙ୍କ ଆଉଟ ପରେ ବ୍ୟାଟିଂ ପାଇଁ ଆସିଥିଲେ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା। କ୍ୟାପ୍ଟେନ ଓ ଭାଇସ୍ କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଦୁହେଁ ମିଶି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ। ୧୯.୫ ଓଭର ଖେଳି ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୧୦୦ ରନ୍ର ଲକ୍ଷ୍ୟ ହାସଲ କରିନେଇଛି।
.@surya_14kumar hits the winning runs as #TeamIndia secure a 6-wicket win in Lucknow & level the #INDvNZ T20I series 1️⃣-1️⃣
— BCCI (@BCCI) January 29, 2023
Scorecard ▶️ https://t.co/p7C0QbPSJs#INDvNZ | @mastercardindia pic.twitter.com/onXTBVc2Wu
ନ୍ୟୁଜିଲାଣ୍ଡ ପରି ଭାରତ ମଧ୍ୟ କୌଣସି ଜଣେ ବି ଖେଳାଳିଙ୍କୁ ଅର୍ଦ୍ଧଶତକ କରିପାରି ନଥିଲେ। କିୱି ପରି ଭାରତ ବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ମାତ୍ର ୧୦୦ ରନ୍ର ଟାର୍ଗେଟ ପୂରା କରିବାକୁ ଯାଇ ଟିମ୍ ଇଣ୍ଡିଆକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିସ୍ଫୋରକ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବ ଆଜିର ମ୍ୟାଚ୍ରେ ମାତ୍ର ଗୋଟିଏ ଚୌକମା ମାରିଥିଲେ। ୧୯.୫ ବଲ୍ରେ ସେ ଚୌକା ମାରି ମ୍ୟାଚ୍ ଜିତାଇଥିଲେ। ତାଙ୍କୁ ୨୬ ରନ୍ କରିବାକୁ ୩୧ ବଲ୍ ଖେଳିବାକୁ ପଡ଼ିଥିଲା। ସେହିପରି ଶେଷ ବେଳକୁ ବ୍ୟାଟିଂ ଆସିଥିବା ପାଣ୍ଡ୍ୟା ମଧ୍ୟ ଚାପରେ ଖେଳୁଥିବାର ନଜର ଆସିଥିଲେ। ସେ ୨୦ ବଲ୍ ଖେଳି ୧୫ ରନ୍ କରିଥିଲେ।
ଦଳର ଓପନିଂ ଫେଲ୍ ମାରିବା ପରେ କମ୍ ରନ୍ ଟାର୍ଗେଟ୍ ଯୋଗୁ ଅନ୍ୟ ବ୍ୟାଟରଙ୍କୁ ଅର୍ଦ୍ଧଶତକ ହାସଲ କରିବାକୁ ସୁଯୋଗ ମିଳି ନଥିଲା। ତେବେ ୧୦୦ ରନ୍ ଟାର୍ଗେଟ୍ ହାସଲ କରିବାକୁ ନ୍ୟୁଜିଲାଣ୍ଡ ଭାରତକୁ ପାଣି ପିଆଇ ଦେଇଥିଲା।