ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ମହିଳା ଟି-୨୦ ବିଶ୍ୱକପ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଆୟରଲାଣ୍ଡ

20/02/2023 at 6:27 PM

କ୍ୟାପଟାଉନ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଲଢ଼େଇ ହେଉଛି। ଆଜି ଦକ୍ଷିଣ ଆଫ୍ରିକାର ଏସ୍‌ଟି ଜର୍ଜ ପାର୍କରେ ଖେଳା ଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ୬.୩୦ରେ ଆଜିର ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ରାଧା ଯାଦବଙ୍କ ସ୍ଥାନରେ ଦେବିକା ବୈଦ୍ୟାଙ୍କୁ ଟିମ୍‌ରେ ସ୍ଥାନ ଦିଆଯାଇଛି। ଗତ ଇଂଲଣ୍ଡ ମ୍ୟାଚ୍ ପରଠାରୁ ରାଧା ଯାଦବ ଅସୁସ୍ଥ ଥିବା କ୍ୟାପ୍ଟେନ୍ ହରମନପ୍ରୀତ କୌର ସୂଚନା ଦେଇଥିଲେ। ଏହାପରେ ତାଙ୍କ ସ୍ଥାନରେ ଦେବିକାଙ୍କୁ ସାମିଲ୍ କରାଯାଇଛି।

ଭାରତ – ସ୍ମୃତି ମନ୍ଧାନା, ସେଫାଳୀ ବର୍ମା, ଜେମିମା ରୋଡ୍ରିଗେଜ୍,, ହରମନପ୍ରତୀ କୌର(କ୍ୟାପ୍ଟେନ୍), ରିଚା ଘୋଷ(ୱିକେଟ କିପର), ଦେବିକା ବୈଦ୍ୟ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶିଖା ପାଣ୍ଡେ, ରାଜେଶ୍ୱରୀ ଗାୟକ୍ୱାଡ଼, ରେଣୁକା ଠାକୁର ସିଂହ।

ଆୟରଲାଣ୍ଡ- ଏମୀ ହଣ୍ଟର, ଗାବେ ଲୁଇସ, ଓର୍ଲା ପ୍ରେଣ୍ଡରଗାଷ୍ଟ, ଇମିୟର ରିଚାର୍ଡସନ, ଲୁଇସ ଲିଟିଲ, ଲୌରା ଡିଲାନେ(କ୍ୟାପ୍ଟେନ୍), ଆର୍ଲେନି କେଲ୍ଲୀ, ମାରୀ ୱାଲ୍‌ଡ୍ରୋନ୍(କିପରି), ଲେହ ପୌଲ, କାରା ମୌରୀ, ଜର୍ଜିନା ଡେମପ୍‌ସେ। 

ଆଜିର ମ୍ୟାଚ୍ ଜିତିଲେ ସେମିଫାଇନ ଯିବ ଭାରତ

ମହିଳା ଟି-୨୦ ବିଶ୍ଵକପ୍‌ ୨୦୨୩ର ରୋମାଞ୍ଚ ଚରମରେ ପହଞ୍ଚିଛି। ଗ୍ରୁପ ପର୍ଯ୍ୟାୟରେ ସରିବାକୁ ଯାଉଛି, ହେଲେ ଏ ପର୍ଯ୍ୟନ୍ତ କେବଳ ଦୁଇଟି ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏଥିରୁ ଗୋଟିଏ ଦଳ ଅଷ୍ଟ୍ରେଲିଆ ହୋଇଥିବା ବେଳେ ଦ୍ଵିତୀୟ ଦଳ ହେଉଛି ଇଂଲଣ୍ଡ। ଭାରତୀୟ ଦଳ ମଧ୍ୟ ସେମି ଫାଇନାଲ୍‌ରେ ପହଞ୍ଚିବାର ନିକଟତର ହୋଇଛି। ଭାରତ ଆଜି ଗ୍ରୁପ ପର୍ଯ୍ୟାୟରେ ଶେଷ ମୁକାବିଲାରେ ଆୟରଲାଣ୍ଡକୁ ଭେଟିବ। ଯଦି ହରମନପ୍ରୀତଙ୍କ ଦଳ ଏହି ମ୍ୟାଚ୍ ଜିତି ନିଏ ତେବେ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିବ ଭାରତ।

ପଢ଼ନ୍ତୁ- ଲଜ୍ଜାଜନକ ପରାଜୟ ପରେ ନିଜ ଦଳ ଉପରେ ବର୍ଷିଲେ ଅଷ୍ଟ୍ରେଲିଆ ମିଡିଆ ଏବଂ ପୂର୍ବତନ ଖେଳାଳି, ପାଟ୍ କମିନ୍ସ କହିଲେ…

ସେମି ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଭାରତକୁ ଯେମିତି ହେଲେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ଜିତିବାକୁ ପଡିବ। ଜିତିଲେ ଦଳ ୬ ପଏଣ୍ଟ ସହ ଗ୍ରୁପ ବିରେ ଇଂଲଣ୍ଡ ପରେ ସେମି ଫାଇନାଲ୍‌ରେ ପହଞ୍ଚିବ। ଯଦି ଭାରତୀୟ ମହିଳା ଦଳ ପରାସ୍ତ ହୁଏ ତେବେ ପାକିସ୍ତାନ ପାଇଁ ସେମି ଫାଇନାଲ୍‌ର ଦ୍ଵାର ଖୋଲିଯିବ। ଭାରତ ୪ ପଏଣ୍ଟ ସହ ଗ୍ରୁପର ଦ୍ଵିତୀୟରେ ରହିଯିବ। ଏହି ସ୍ଥିତିରେ ପାକିସ୍ତାନ ଯଦି ନିଜର ଶେଷ ମ୍ୟାଚ୍ ଜିତେ ତେବେ ଭାରତକୁ ପଛରେ ପକାଇ ସେମି ଫାଇନାଲ୍‌ରେ ପହଞ୍ଚିଯିବ। କାରଣ ପାକିସ୍ତାନର ନେଟ୍ ରନ ରେଟ୍ ଭାରତଠୁ ଉନ୍ନତ ରହିଛି।

   Related Posts