ଅଣ୍ଡର-19 ଦିନିକିଆ ବିଶ୍ବକପ; ଗୁରୁବାର ଭାରତ-ଆୟର୍ଲାଣ୍ଡ ଲଢ଼େଇ

Published By : Prameya-News7 Bureau | January 25, 2024 IST

ବ୍ଲୋଏମ୍ଫଟନ,୨୫/୦୧: ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଓ ଆୟର୍ଲାଣ୍ଡ ମୁହାଁମୁହିଁ । ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ  ହରାଇ ବିଜୟ ଧାରା ଜାରି ରଖିଛି ଟମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ଜିତି ଭାରତ ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । ଆୟର୍ଲାଣ୍ଡ ପ୍ରଥମ ମ୍ୟାଚ୍‌ରେ ୟୁଏସ୍‌ଏକୁ ହରାଇଥିଲା । ଗୁରୁବାର ଭାରତକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଦଳ ଲକ୍ଷ୍ୟ ରଖିଛି । ମାତ୍ର ଶକ୍ତିଶାଳୀ ଭାରତକୁ ହରାଇବା  ଏତେ ସହଜ ହେବ ନାହିଁ । ଦଳର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍‌ ଶୃଙ୍ଖଳିତ ।

ପ୍ରଥମ ମ୍ୟାଚ୍‌ରେ ଆଦର୍ଶ ସିଂହ ଓ  ଅଧିନାୟକ ଉଦୟ ସହରନ ଚମତ୍କାର  ବ୍ୟାଟିଂ କରିଥିଲେ । ମାତ୍ର ଦୁଇ ଷ୍ଟାର୍‌ ବ୍ୟାଟର ଆର୍ସିନ କୁଲକର୍ଣ୍ଣୀ ଓ ମୁସିର  ଖାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ  ରହିଥିଲା । ଗୁରୁବାର ଉଭୟଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି। ସେହିପରି ବାମ ହାତି ସ୍ପିନର ସୌମ୍ୟ ପାଣ୍ଡେ ଓ ପେସ୍‌ ବୋଲର ନମନ ତିୱାରୀଙ୍କ ଉପରେ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.