T 20 World Cup: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଏହି ଷ୍ଟାର ଖେଳାଳି ଦଳରୁ ବାଦ୍

Published By : Prameya-News7 Bureau | June 05, 2024 IST

ନ୍ୟୁୟର୍କ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତ ଆଜି ଆୟରଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମୁକାବିଲା ନ୍ୟୁୟର୍କର ନାସାଓ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଏହି ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟାଟିଂ କରିବ ଆୟରଲାଣ୍ଡ।  ଏହି ମ୍ୟାଚ୍ ଭାରତ ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଯଶସ୍ଵୀ ଜୟସ୍ଵାଲ ଓ କୁଲଦୀପ ଯାଦବଙ୍କ ପରି ଖେଳାଳିଙ୍କୁ ସ୍ଥାନ ମିଳିନି। କୁଲଦୀପଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ଦଳ ପକ୍ଷରୁ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରିବେ। ଶିବମ ଦୁବେ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତଙ୍କ ଉପରେ ଦଳ ଭରସା କରିିଥିବା ବେଳେ ସଞ୍ଜୁ ସାମସନଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି। 

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା,  ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ। 

ଆୟରଲାଣ୍ଡ

ପଲ ଷ୍ଟିୟରିଂ(ଅଧିନାୟକ), ଆଣ୍ଡ୍ର୍ୟୁ ବଲବିରନିଏ,  ଲୋରକାନ ଟକର(ଓ୍ଵିକେଟ୍ କିପର), ହାରି ଟେକ୍ଟର, କର୍ଟିସ ଚାମ୍ପର, ଗର୍ଗ ଡକ୍ରେଲ, ଗାରେଥ ଡେଲାନି, ମାର୍କ ଆଡାୟର, ବାରି ମ୍ୟାକାରର୍ଥି, ଜୋସୁଆ, ଲିଟିଲ, ବେଞ୍ଜାମିନ ହ୍ଵାଇଟ୍। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.