ରାଞ୍ଚିରେ ଚତୁର୍ଥ ଟେଷ୍ଟ; ମ୍ୟାଚ୍ ପୂର୍ବରୁ ପିଚ୍‌ରେ ଇଂଲିଶ୍ ଟିମ୍‌ର ଫରେନ୍ସିକ୍ ଯାଞ୍ଚ

Published By : Prameya-News7 Bureau | February 22, 2024 IST

ରାଞ୍ଚି: ଶୁକ୍ରବାରଠୁ ଖେଳାଯିବ ଚତୁର୍ଥ ଟେଷ୍ଟ୍ । ଫେବ୍ରୁଆରୀ ୨୩ ତାରିଖରୁ ୨୭ ଯାଏଁ ଏହି ମ୍ୟାଚ୍ । ରାଞ୍ଚି ଟେଷ୍ଟ ପାଇଁ ପ୍ରସ୍ତୁତୁ ହେଉଛନ୍ତି ଟିମ୍ ଇଣ୍ଡିଆ । ସମସ୍ତ ଖେଳାଳି ଅଭ୍ୟାସ୍ ଜାରି ରଖିଛନ୍ତି । ଏହି ମ୍ୟାଚରେ ଯଶପ୍ରିତ୍ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ନୂଆ ମୁହାଁ ଭାବେ ଆକାଶଦୀପଙ୍କୁ ସୁଯୋଗ ମିଳିପାରେ । ସେହିପରି ଡେବ୍ୟୁଟାଣ୍ଟ ଦେବଦତ୍ତ ପାଡିକଲ ମଧ୍ୟ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ରାଞ୍ଚ ଟେଷ୍ଟରେ ଉଭୟ ଟେଷ୍ଟ ଡେବ୍ୟୁ କରିପାରନ୍ତି । ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି ।   

wp:embed {"url":"https://www.prameyanews7.com/this-indian-cricketer-created-a-sensation-by-hitting-6-sixes-in-an-over-video-going-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-indian-cricketer-created-a-sensation-by-hitting-6-sixes-in-an-over-video-going-viral/
/wp:embed

ସେପଟେ ସିରିଜକୁ ଫେରିବାକୁ ବ୍ୟାକୁଳ ହେଉଛି ଭ୍ରମଣକାରୀ ଇଂଲିଶ୍ ଟିମ୍ । ଭାରତୀୟ ବ୍ୟାଟରଙ୍କୁ ଅଟକାଇଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି ଇଂଲଣ୍ଡ । ଆଣ୍ଠୁରେ ଅପରେସନ ପରେ ଭାରତ ବିରୋଧରେ ଏପର୍ଯ୍ୟନ୍ତ ବୋଲିଂ କରିନଥିବା ଇଂଲଣ୍ଡ ଅଧିନାୟକ ଚତୁର୍ଥ ଟେଷ୍ଟରେ ବୋଲିଂ କରିପାରନ୍ତି । ତେଣୁ ସେ ମ୍ୟାଚ୍ ପୂର୍ବରୁ ରାଞ୍ଚି କିଛି ଓଭର ବୋଲିଂ ଅଭ୍ୟାସ କରିଛନ୍ତି । ଫର୍ମ ହରାଇଥିବା ଜନି ବେୟାରଷ୍ଟୋଙ୍କୁ  ତାଙ୍କୁ ସାମ୍ନା କରିଛନ୍ତି । ଚତୁର୍ଥ ଟେଷ୍ଟ ଜିତି ସିରିଜକୁ ବରାବର କରିବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଏନେଇ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ ।

ଚତୁର୍ଥ ଟେଷ୍ଟକୁ ଜିତି ପାଇଁ ଆପ୍ରାଣେ ଉଦ୍ୟମ କରୁଛି ଇଂଲଣ୍ଡ । ବୁଧବାର ଇଂଲିଶ୍ ଟିମର କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ ଓ ଜନି ବେୟାରିଷ୍ଟୋ ପିଚ୍ ନିକଟରେ ପହଞ୍ଚି ନିରୀକ୍ଷଣ କରିଥିଲେ । ପିଚ୍‌ରେ ଲାଗିଥିବା ଦୋଉଡ଼ିକୁ ହଟାଇ ପ୍ରାୟ ୨୦ ମିନିଟ୍ ବିଭିନ୍ନ କୋଣରୁ ନିରୀକ୍ଷଣ କରିଥିଲେ । ମ୍ୟାଚ ସମୟରେ ପିଚ୍ ତାହାର ପ୍ରକୃତି ପରିବର୍ତ୍ତନ କରିବ କି ନାହିଁ ଦେଖିଥିଲେ । ପରେ ଏହି ଫରେନ୍ସିକ୍ ଯାଞ୍ଚରେ ଓଲି ପୋପ୍ ଓ ଜୋ ରୁଟ୍ ମଧ୍ୟ ସାମିଲ୍ ହୋଇଥିଲେ । ସ୍ଥାନୀୟ କ୍ରିକେଟ୍ ସମୀକ୍ଷକ ମଧ୍ୟ ରାଞ୍ଚି ପିଚକୁ ନେଇ ସମୀକ୍ଷା କରିଛନ୍ତି । ବ୍ୟାଟିଂ ପିଚରେ ସାମାନ୍ୟ ଶୁଖିଲା ଘାସ ସହିତ କିଛି କ୍ରାକ୍ ଥିବା ଜଣାପଡ଼ିଛି । ତେବେ ରାଞ୍ଚି ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ମ୍ୟାଚର ଦୁଇ ଦିମ୍ ପୂର୍ବରୁ ପିଚ୍‌ରେ  ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

wp:embed {"url":"https://www.prameyanews7.com/fih-pro-league-first-defeat-for-indian-team-at-birsa-munda-stadium/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fih-pro-league-first-defeat-for-indian-team-at-birsa-munda-stadium/
/wp:embed

ପଡ଼ିଆ ଶୁଷ୍କ ଥିବାରୁ ପ୍ରଥମ ଦିନରୁ ସ୍ପିନରଙ୍କୁ ଫାଇଦା ଦେବ । ଟିମ୍ ଇଣ୍ଡିଆରେ  ରବିଚନ୍ଦ୍ରନ ଅଶ୍ବିନସ ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ସ୍ପିନ୍ ବୋଲିଂ ବିଭାଗ ସମ୍ଭାଳିବେ । ସେପଟେ ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଅକ୍ଷର ପଟେଲଙ୍କୁ ସାଲିମ୍ କରିବାକୁ ମ୍ୟାନେଜମେଣ୍ଟ ଚିନ୍ତା କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.