ଦଳକୁ ଫେରିବେ ରୋହିତ ଶର୍ମା, ୧୧ ଦିନରେ ୬ଟି ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | July 06, 2022 IST

ମୁମ୍ବାଇ ୦୬।୦୭ : ଇଂଲଣ୍ଡ ଟୁର୍‌ରେ ଟିମ୍‌ ଇଣ୍ଡିଆ । ଟେଷ୍ଟ ମ୍ୟାଚ୍‌ ଭଲ ଆରମ୍ଭ ସତ୍ତ୍ୱେ ବି ଟିମ୍‌ ପରାସ୍ତ ହୋଇଛି ।  ଏଜାବେଷ୍ଟେସରେ ଟେଷ୍ଟରେ ବିଜୟୀ ହୋଇଛି ଘରୋଇ ଇଂଲଣ୍ଡ ଟିମ୍‌ । ବିଜୟର ବହୁ ନିକଟତର ହୋଇ ହାରିଛି ଟିମ୍‌ ଇଣ୍ଡିଆ । ଯାହାକି ଭାରତୀୟ ଖେଳ ପ୍ରେମୀଙ୍କୁ ଦୁଃଖିତ କରିଛି । ଏହାପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ଓ ଦିନିକିଆ ସିରିଜ୍‌ ଏବଂ ଟିମ୍‌କୁ ଫେରୁଛନ୍ତି କ୍ୟାପଟେନ୍‌ ରୋହିତ ।

{"id":652351,"sizeSlug":"full","linkDestination":"none"}
IMAGE COURTSY- cricbuzz

ତେବେ ଜୁଲାଇ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ତିନିଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୭ତାରିଖରୁ ଆରମ୍ଭ ହେବ । ଏହାପରେ ୯, ୧୦ରେ ଖେଳାଯିବ ଅନ୍ୟ ୨ଟି ମ୍ୟାଚ୍‌ । ୧୧୨ ଦିନର ଲମ୍ବା ଅବଧି ପରେ ଟିମ୍‌କୁ ଫେରୁଛନ୍ତି ରୋହିତ ଶର୍ମା । ମାର୍ଚ୍ଚ ୧୪ରେ ଟିମ୍‌ ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ କ୍ୟାପଟେନ୍‌ ରୋହିତ ଶର୍ମା ।

ସେହିପରି ଟି-୨୦ସିରିଜ ପରେ ଦୁଇଟି ଟିମ୍‌ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ୧୨ ତାରିଖରେ ଆରମ୍ଭ ହେବ । ଏହାପରେ ୧୪ ଓ ୧୭ରେ ଶେଷ ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ ଦିବାରାତ୍ର ରହିଛି । ଯାହାକି ଭାରତୀୟ ସମୟ ଅନୁସାରେ ସଂଧ୍ୟା ୫.୩୦ରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.