ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଅଣ୍ଡର-୧୯ ମହିଳା ବିଶ୍ୱକପ୍: ଭାରତର ଜବରଦସ୍ତ ବୋଲିଂ, ୬୮ ରନ୍‌ରେ ଅଲ୍‌ଆଉଟ୍‌ ଇଂଲଣ୍ଡ

29/01/2023 at 6:45 PM

ପଚେଫଷ୍ଟ୍ରୋମ: ଅଣ୍ଡର-୧୯ ମହିଳା ବିଶ୍ୱକପ୍‌ରେ ଭାରତର ଜବରଦସ୍ତ ବୋଲିଂ ପ୍ରଦର୍ଶନ। ମାତ୍ର ୬୮ ରନ୍‌ରେ ଅଲ୍‌ ଆଉଟ୍ ଇଂଲଣ୍ଡ। ବିଶ୍ୱକପ୍‌ ଜିତିବାକୁ ଭାରତକୁ ଆବଶ୍ୟକ ୬୯ ରନ୍।

Image

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ୍‌ ଦକ୍ଷିଣ ଆପ୍ରିକାର ପଚେଫଷ୍ଟ୍ରୋମ ସହରରେ ସେନୱେସ ପାର୍କର କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ଏହି ନିଷ୍ପତ୍ତି ଏପର୍ଯ୍ୟନ୍ତ ଠିକ୍ ସାବ୍ୟସ୍ତ ହୋଇଛି।

Image

ଆରମ୍ଭରୁ ଭାରତୀୟ ବୋଲରମାନେ ଇଂଲଣ୍ଡକୁ ଜବରସ୍ତ ବୋଲିଂରେ ଘାଇଲା କରିଦେଇଥିଲେ। ବିପକ୍ଷ ଟିମ୍‌ର କୌଣସି ଗୋଟିଏ ବି ବ୍ୟାଟର ଅର୍ଦ୍ଧଶତକ ତ ଦୂରର କଥା ୨୦ ରନ୍ ବି କରିପାରି ନଥିଲେ। ପ୍ରଥମ ଓଭରେ ହିଁ ଇଂଲଣ୍ଡର ପ୍ରଥମ ୱିକେଟ୍ ଖସିଥିଲା। ମାତ୍ର ୪ ବଲ୍‌ରେ ଲିବର୍ଟିଂ ହିଏପ୍ ଆଉଟ୍ ହୋଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଥିଲା।

Image

ଦଳ ପକ୍ଷରୁ ରୟାନ ମ୍ୟାକ୍‌ଡୋନାଲ୍ଡ ଗେ ସର୍ବାଧିକ ୧୯ ରନ୍ କରିଥିବା ବେଳେ ଆଲେକ୍ସ ଷ୍ଟୋନହାଉସ ୧୧, ସୋଫିଆ ସ୍ମାଲେ ୧୧ ଓ ନିହାମ ହୋଲାଣ୍ଡ ୧୦ ରନ୍ କରିଥିଲେ। ବାକି କୌଣସ ବ୍ୟଟର ଦୁଇ ଅଙ୍କ ଛୁଇଁପାରି ନଥିଲେ। ଇଂଲଣ୍ଡ ଟିମ୍ ଆଜି ସମ୍ପୂର୍ଣ୍ଣ ୨୦ ଓଭର ମ୍ୟାଚ୍ ଖେଳିପାରି ନଥିଲା। ୧୭.୧ ବଲ୍‌ରେ ମାତ୍ର ୬୮ ରନ୍‌ କରି ଅଲ୍ଆଉଟ୍ ହୋଇଯାଇଥିଲା ଦଳ। ୬୯ ରନ୍‌ ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ।

Image

   Related Posts