ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ; ସ୍ପିନରଙ୍କୁ ସୁହାଇବ ରାଞ୍ଚିର କଳାମାଟି ପିଚ୍ !

Published By : Prameya-News7 Bureau | February 23, 2024 IST

ରାଞ୍ଚି, ୨୩/୨: ଶୁକ୍ରବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ  ଟେଷ୍ଟ । ରାଞ୍ଚି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ସକାଳ ସାଢେ ୯ଟାରୁ ଆରମ୍ଭ ହେବ ମ୍ୟାଚ୍ । ପୂର୍ବ ୨ଟି ମ୍ୟାଚ୍‌ ଭଳି ବିଜୟ ଧାରା ଜାରି ରଖି ଘରୋଇ ଟିମ୍  ସିରିଜ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ।  ସେହିପରି ସିରିଜକୁ ଫେରିବା ପାଇଁ ବ୍ୟାକୁଳ ଥିବା ଇଂଲଣ୍ଡର ନିଦ ହଜାଇଛି ‘ଜୈସ-ବଲ୍‌’ ଆତଙ୍କ । ଶେଷ ୨ଟି ଟେଷ୍ଟରେ ଦ୍ୱିଶତକ ଅର୍ଜନ କରିସାରିଥିବା ଯଶସ୍ୱୀ ଜୈସ୍ୱାଲ ଇଂଲଣ୍ଡ ବିଜୟରେ  ପ୍ରତିବନ୍ଧକ ସାଜିଛନ୍ତି । ତାଙ୍କୁ ଅଟକାଇବାକୁ ଇଂଲଣ୍ଡ ନୂଆ ରଣ କୌଶଳ ପ୍ରସ୍ତୁତ କରିବାରେ ଲାଗିଛି ।

ଜୈସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଇଂଲଣ୍ଡର ବାଜବଲ୍‌ ରଣନୀତି ଫେଲ୍ ମାରିଛି । ।  ଏଣିକି କିଛି ଭିନ୍ନ ରଣନୀତି ନେଇ ଓହ୍ଲାଇବାକୁ  ଯୋଜନା କରୁଥିବା ଇଂଲଣ୍ଡ ଦଳ ରାଞ୍ଚିର ପିଚ୍‌ ଦେଖି  ଚିନ୍ତାରେ ପଡ଼ି ଯାଇଛି । କଳା ମାଟିରେ ପ୍ରସ୍ତୁତ ରାଞ୍ଚି  ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ ଥିବାରୁ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା କଷ୍ଟକର ହେବ ବୋଲି ଇଂଲଣ୍ଡ ଉପଲବ୍ଧି କରିସାରିଛି । ତେବେ ଆଜି ଇଂଲଣ୍ଡର ରଣକୌଶଳ କ’ଣ ହେବ, ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ।

wp:embed {"url":"https://www.prameyanews7.com/ipl-202-csk-vs-rcb-as-season-opener-in-chennai-on-march-22/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ipl-202-csk-vs-rcb-as-season-opener-in-chennai-on-march-22/
/wp:embed

ଆଜିର ମ୍ୟାଚରେ ପଦାର୍ପଣ କରିପାରନ୍ତି ଦେବଦତ୍ତ ପାଡ଼ିକଲ: ଚମତ୍କାର ଫର୍ମରେ ରହିଥିବା ଏହି ବାମହାତି ବ୍ୟାଟରଙ୍କୁ ଡେବ୍ୟୁ ସୁଯୋଗ ମିଳିପାରେ । ରଜତ ପାତିଦାର ଦ୍ୱିତୀୟ ଓ ତୃତୀୟ  ଟେଷ୍ଟରେ ବିଫଳ ହୋଇଥିଲେ । ତେଣୁ ତାଙ୍କ  ସ୍ଥାନରେ ପାଡ଼ିକଲଙ୍କୁ ସୁଯୋଗ ମିଳିପାରେ । ଅନ୍ୟ  ପଟରେ ଦେଖିବାକୁ ଗଲେ ମଧ୍ୟକ୍ରମରେ ରବିନ୍ଦ୍ର  ଜାଡେଜା ଏକମାତ୍ର ବାମ ହାତି ବ୍ୟାଟର ରହିଛନ୍ତି । ପାଡ଼ିକଲ ବାମ ହାତି ବ୍ୟାଟର ହୋଇଥିବାରୁ  ଇଂଲଣ୍ଡ ସ୍ପିନରଙ୍କ ମୁକାବିଲା କରିବା ସହଜ ହେବ ।

wp:embed {"url":"https://www.prameyanews7.com/ipl-team-delhi-capitals-is-likely-to-play-their-first-two-ipl-matches-in-pune-and-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ipl-team-delhi-capitals-is-likely-to-play-their-first-two-ipl-matches-in-pune-and-cuttack/
/wp:embed

ଡେବ୍ୟୁ ଦୌଡରେ ମୁକେଶ, ଆକାଶଦୀପ: ଭାରତ ଚୂଡ଼ାନ୍ତ ଏକାଦଶ ଘୋଷଣା କରିନଥିଲେ ହେଁ ପୂର୍ବ ଭଳି ୨ପେସ୍‌ ବୋଲର ନେଇ ଖେଳିବା ଏକ ପ୍ରକାର ନିଶ୍ଚିତ । ଫଳରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମୁକେଶ କୁମାର ଓ ଆକାଶଦୀପଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ଆଜିର ଅଭ୍ୟାସକୁ ଦେଖିଲେ  ମୁକେଶ ଏକାଦଶକୁ ଫେରିବା ସମ୍ଭାବନା ଅଧିକ ।  ନେଟ୍ସରେ ଆଜି ମୁକେଶ ଦୀର୍ଘ ସମୟ ଧରି ବୋଲିଂ  କରିଥିଲେ । ମାତ୍ର ଆକାଶ ଦୀପ ଅଧିକାଂଶ ସମୟ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା  କରିସାରିଛି । ଦଳରୁ ମାର୍କ ଉଡ୍‌ ଓ ରେହାନ  ଅହମ୍ମଦଙ୍କୁ ବାଦ୍ ଦିଆଯାଇଛି । ଏହି ସ୍ଥାନରେ  ଓଲି ରବିନସନ ଓ ସୋହେବ ବଶିର ପ୍ରତ୍ୟାବର୍ତ୍ତନ  କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.