ରାଞ୍ଚିରେ ଚତୁର୍ଥ ଟେଷ୍ଟ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | February 23, 2024 IST

ରାଞ୍ଚି, ୨୩/୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ । ରାଞ୍ଚି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ତେଣୁ ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ । ରାଞ୍ଚିର କଳା ମାଟି ପିଚ୍ ସ୍ପିନରଙ୍କୁ ସୁହାଇବ । ଏହି ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ସେପଟେ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ଭାରତୀୟ ଦଳ ।  ତେଣୁ ନୂଆ ରଣନୀତି ସହିତ ଦଳ ପଡ଼ିଆକୁ ଓହ୍ଲାଇବ । ଅନ୍ୟପେଟ ସିରିଜକୁ ବରାବର କରିବା ଲକ୍ଷ୍ୟରେ ଭ୍ରମଣକାରୀ ଦଳ ପ୍ରୟାସ କରିବ ।

ବୁମରାଙ୍କ ଅନୁପସ୍ଥିତିରେ ସମ୍ପୂର୍ଣ୍ଣ ଯୁବ ପେସ୍ ବୋଲିଂ ବାହିନୀ ସହ ପଡ଼ିଆକୁ ଓହ୍ଲାଇଛି ରୋହିତ୍ ସେନା । ଅନ୍ୟପଟେ ଆଜିର ମ୍ୟାଚରେ ଟିମ୍ ଇଣ଼୍ଡିଆ, ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ବୁମରାଙ୍କ ସ୍ଥାନରେ ଆକାଶଦୀପଙ୍କୁ ସୁଯୋଗ ମିଳିଛି । ଚତୁର୍ଥ ଟେଷ୍ଟରେ ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ପଦାର୍ପଣ କରିଛନ୍ତି । ପେସ୍ ବୋଲିଂ ଭାର ସମ୍ଭାଳିବେ ମହମ୍ମଦ ସିରାଜ୍ ଓ ଆକାଶଦୀପ ସିଂହ । ସେହିପରି ସ୍ପିନ୍ ଭାର ସମ୍ଭାଳିବେ ତିନି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ।  

ଭାରତକ ଚୂଡାନ୍ତ ଏକଦଶ; ଯଶସ୍ବୀ ଜୈସ୍ବାଲ, ରୋହିତ ଶର୍ମା (ଅଧିନାୟକ) ଶୁଭମାନ ଗିଲ, ରଜତ୍ ପାଟିଦାର, ସର୍ଫରାଜ ଖାନ, ରବିନ୍ଦ୍ର ଜାଡେଜା, ଧ୍ରୁବ୍ ଜୁରେଲ (ଓ୍ବିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଆକାଶ ଦୀପ, ମହମ୍ମଦ ସିରାଜ ।

wp:embed {"url":"https://www.prameyanews7.com/india-vs-england-4th-test-today-at-ranchi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-vs-england-4th-test-today-at-ranchi/
/wp:embed

ସେହିପରି ସିରିଜକୁ ଫେରିବା ପାଇଁ ବ୍ୟାକୁଳ ଥିବା ଇଂଲଣ୍ଡର ନିଦ ହଜାଇଛି ‘ଜୈସ-ବଲ୍‌’ ଆତଙ୍କ । ଶେଷ ୨ଟି ଟେଷ୍ଟରେ ଦ୍ୱିଶତକ ଅର୍ଜନ କରିସାରିଥିବା ଯଶସ୍ୱୀ ଜୈସ୍ୱାଲ ଇଂଲଣ୍ଡ ବିଜୟରେ  ପ୍ରତିବନ୍ଧକ ସାଜିଛନ୍ତି । ତାଙ୍କୁ ଅଟକାଇବାକୁ ଇଂଲଣ୍ଡ ନୂଆ ରଣ କୌଶଳ ପ୍ରସ୍ତୁତ କରିଛି । ରାଞ୍ଚି ଟେଷ୍ଟକୁ ଜିତି ଇଂଲଶ୍ ଟିମ୍ ସିରିଜ୍ ବରାବର ଲକ୍ଷ୍ୟରେ ରହିଛି ।

ଇଂଲଣ୍ଡର ଚୂଡାନ୍ତ ଏକାଦଶ: ଜାକ୍ କ୍ରାଉଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଫୋକ୍ସ (ଓ୍ବିକେଟ୍ କିପର), ଟମ୍ ହାର୍ଟଲି, ଓଲି ରବିନସନ, ସୋଏବ୍ ବଶିର, ଜେମ୍ସ ଆଣ୍ଡରସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.