suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଦଳରୁ ବାଦ୍ ପଡ଼ିଲେ ମହମ୍ମଦ ସାମି, ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

3/12/2022 at 10:52 AM

ନୂଆଦିଲ୍ଲୀ ୦୩/୧୨: ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ।  ଦଳରୁ ବାଦ୍ ପଡ଼ିଲେ ପେସ୍ ବୋଲର ମହମ୍ମଦ ସାମି । ଆହତ ଯୋଗୁ ଦିନିକିଆ ଓ ଟେଷ୍ଟ ସିରିଜ୍ରୁ ବାହାରିଯାଇଛନ୍ତି ସାମି । ହାତରେ ଆଘାତ ଲଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ଜାମ୍ମୁ ଏକ୍ସପ୍ରେସ୍ ଉମ୍ରାନ୍ ମଲ୍ଲିକ୍କୁ ସୁଯୋଗ ମିଳିଛି ।

ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ । ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ଖେଲାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍‌ରୁ ବାହାର ହୋଇଯାଇଛନ୍ତି ପେସ୍ ବୋଲର ମହମ୍ମଦ ସାମି । ହାତରେ ଆହାତ ଯୋଗୁ ଟିମ୍ରୁ ବାଦ୍ ପଡ଼ିଛନ୍ତି ଏହି ଅନୁଭବୀ ବୋଲର । ମହମ୍ମଦ ସାମି ଉଭୟ ଓ୍ବେନଡେ’ ଓ ଟେଷ୍ଟ ଟିମ୍ରୁ ବାହାର ହୋଇଯାଇଛନ୍ତି । ସେପଟେ ସାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକକୁ ସୁଯୋଗ ଦେଇଛି ବିସିସିଆଇ ।

ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ପରେ ଟ୍ରେନିଂ ସମୟରେ ଆହତ ହୋଇଥିଲେ ସାମି । ପୂର୍ବରୁ ଦଳରେ ମହମ୍ମଦ ସିରାଜ୍, ଦୀପକ ଚହର, ସର୍ଦୁଲ ଠାକୁର ଓ କୁଲଦୀପ ସେନ୍ ଆଦି ପେସ୍ ବୋଲର ରହିଛନ୍ତି । ସାମିଙ୍କ ସ୍ଥାନରେ ଉମ୍ରାନ ସାମିଲ ହେବା ପରେ ଦଳ ଆହୁରି ମଜବୁତ ହୋଇଛି ।

ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ । ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

   Related Posts