‘ଟି-ସାର୍ଟ ବି ଖୋଲି ଦିଅ…’, ପିଚ୍ରେ ସମୟ ନଷ୍ଟ କରୁଥିଲେ ବାଂଲା ବ୍ୟାଟର, ଏପରି ରାଗିଗଲେ ବିରାଟ କୋହଲି
24/12/2022 at 2:05 PM

ମୁମ୍ବାଇ ୨୪।୧୨ : ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍ । ୨ୟ ଟେଷ୍ଟ ମ୍ୟାଚ୍ରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳିଛି । ଜଣେ ବାଂଲାଦେଶୀ ବ୍ୟାଟସମ୍ୟାନ୍ଙ୍କୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡିଆରେ ମଜାଳିଆ ଭାବେ ଉତ୍ତର ଦେଇ ସାବାଡ଼ କରିଛନ୍ତି ।
ପୁରା ଘଟଣାକ୍ରମ-:
୨ୟ ଟେଷ୍ଟର ୨ୟ ଦିନରେ ବାଂଲାଦେଶ ଟିମ୍ ବ୍ୟାଟିଂ କରୁଥାଏ । ମ୍ୟାଚ୍ରେ ୨ୟ ପାରିରେ ବ୍ୟାଟିଂ କରୁଥାଏ ବାଂଲାଦେଶୀ ଦଳ । ଏହି ସମୟରେ ଆଲୋକର ମଧ୍ୟ କମ୍ ରହିଥାଏ । ସମୟ ଅନୁସାରେ ଓଭର ସାରିବାକୁ ଭାରତୀୟ ବୋଲରମାନେ କସରତ କରୁଥିଲେ । ହେଲେ ବାଂଲାଦେଶୀ ବ୍ୟାଟସମ୍ୟାନ୍ ସମୟକୁ ନଷ୍ଟ କରିବାକୁ ଭିନ୍ନ ଭିନ୍ନ ପନ୍ଥା ଖୋଜୁଥିଲେ ।
ବାଂଲା ପାରିର ୬ ଓଭର ପଞ୍ଚମ ବଲ୍ରେ ମଜମୁଲ୍ ହୁସେନ୍ ସାଣ୍ଟୋ ନିଜ ଜୋତାର ଫିତା ବାନ୍ଧିବା ଆରମ୍ଭ କରିଥିଲେ । ଠିକ୍ ଏହି ସମୟରେ ସ୍ଲିପ୍ରେ ଫ୍ଲିଡିଂ କରୁଥିବା ବିରାଟ କୋହଲି ଏହାକୁ ବିରୋଧ କରିଥିଲେ ।ନନ୍ ଷ୍ଟ୍ରାଇକ୍ ପଟେ ଛିଡା ହୋଇଥିବା ମଜବୁଲ୍ ହୁସେନଙ୍କୁ ନିଜ ଟି-ସାର୍ଟକୁ ବାହାର କରିବାକୁ କହିଥିଲେ ।
— Guess Karo (@KuchNahiUkhada) December 23, 2022
ବିରାଟ ନିଜ ଜର୍ସିକୁ ଇଙ୍ଗିତରେ ହୁସେନ୍ଙ୍କୁ ଦେଖାଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଖାସ୍ କରି ବିରାଟ୍ ଏହି ଭିଡିଓ କହିଥିଲେ – ନିଜ ସାର୍ଟ ବି ବାହାର କରିଦିଅ.. କଥାଟି ବହୁତ ଭାଇରାଲ୍ ହେବାରେ ଲାଗିଛି ।
ତେବେ ମ୍ୟାଚ୍ରେ ନଜ୍ମୁଲ୍ ହୁସେନ୍ଙ୍କ ଗୋଟିଏ ଘଟଣା ନୁହେଁ। ଏହାପୂର୍ବରୁ ସେ ଅନେକ ଥର ଏପରି କରିଚାଲିଥିଲେ । ସମୟ ନଷ୍ଟ କରିବା ଲାଗି ଲଗାତର ଭାବେ ନଜମୁଲ୍ ହୁସେନ ଏପରି କରୁଥିବାର ଦେଖିବାକୁ ମଧ୍ୟ ମିଳିଛି ।
ସୂଚନାଯୋଗ୍ୟ ଯେ, ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଚାଲିଛି । ଭାରତ ୧-୦ରେ ସିରିଜ୍ରେ ଆଗୁଆ ରହିଛି । ଯଦି ବାଂଲାଦେଶ ୨ୟ ଟେଷ୍ଟରେ ବିଜୟୀ ହୁଏ । ତେବେ ସିରିଜ୍ ବରାବର କରିପାରିବ । ଭାରତ ୨ୟ ଟେଷ୍ଟକୁ ଡ୍ର କିମ୍ବା ବିଜୟୀ ହୁଏ । ତେବେ ସିରିଜ୍କୁ ନିଜ ନାମରେ କରିପାରିବ ।