ଏସିଆନ୍ ଗେମ୍ସ କ୍ରିକେଟ୍ରେ ଭାରତର ପଦକ ପକ୍କା; ସେମି ଫାଇନାଲରେ ବାଂଲାଦେଶ ମହିଳା ଦଳ ପରାସ୍ତ
24/09/2023 at 9:35 AM

ହଙ୍ଗଝୌ: ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ବଢ଼ିଲା ପଦକ ଜିତିବା ଆଶା । ସେମି ଫାଇନାଲରେ ବାଂଲାଦେଶକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଟି-୨୦ ମ୍ୟାଚରେ ବାଂଲାଦେଶ ମହିଳା କ୍ରିକେଟ୍ ଟିମ୍ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୫୧ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ଭାରତୀୟ ମହିଳା ଦଳ ମାତ୍ର ୮ ଓଭରରେ ମ୍ୟାଚକୁ ଜିତି ନେଇଛି ।
ଚୀନର ହଙ୍ଗଝୌରେ ୧୯ତମ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଭାରତ ମହିଳା କ୍ରିକେଟ୍ ଟିମ୍ ଓ ବାଂଲାଦେଶ ଦଳ ମଧ୍ୟରେ ସେମି ଫାଇନାଲ୍ ପାଇଁ ଲଢ଼େଇ ହୋଇଛି । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଟିମ୍ ଇଣ୍ଡିଆର ଘାତକ ବୋଲିଂ ସାମ୍ନାରେ ବେଶ ସମୟ ତିଷ୍ଠି ପାରିନଥିଲେ ବ୍ୟାଟର । ତାସ୍ର ପତା ପରି ଭୁଶୁଡ଼ି ପଡ଼ିଥିଲା ବାଂଲାଦେଶର ବ୍ୟାଟିଂ ଲାଇନ ଅଫ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୫୧ ରନ୍ କରି ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ ସ୍ମୃତି ମନ୍ଦନା ଓ ସେଫାଳି ବର୍ମା । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ଦଳ ଦୁଇଟି ଓ୍ବିକେଟ୍ ହରାଇ ମାତ୍ର ୮ ଓଭର ୨ଟା ବଲରେ ମ୍ୟାଚକୁ ଜିତିନେଇଥିଲା । ଆଉ ଫାଇନାଲରେ ଏଣ୍ଟ୍ରି ମାରିଛି । ଏହା ସହିତ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପଦକ ପକ୍କା କରିଛି ।
ଟିମ୍ ଇଣ୍ଡିଆ ପକ୍ଷରୁ ପୂଜା ଓ ଅମନଜିତ୍କୁ ଦୁଇଟି ଲେଖାଏଁ ଓ୍ବିକେଟ୍ ମିଳିଥିବା ବେଳେ ସାଦ୍ଧୁ ଓ ଗାଏକ୍ବାର୍ଡଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର୍ କରିଛନ୍ତି । ସେହିପରି ବ୍ୟାଟିଂରେ ସ୍ମୃତି ମନ୍ଦନା ୭ରନ କରିଥିବା ବେଳେ ସେଫାଳି ବର୍ମା ୧୭ ରନ୍, ଜେମିହା ରୋଡ୍ରିଗ୍ୟୁସ୍ ୨୦ ଓ କନିକା ଅହୁଜା ୧ ରନ୍ କରିଛନ୍ତି ।