ବେଙ୍ଗାଲୁରୁ ୦୩।୧୨ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ରବିବାର ଖେଳାଯିବ ସିରିଜ୍ରେ ପଞ୍ଚମ ତଥା ଶେଷ ମ୍ୟାଚ୍ । ପୂର୍ବରୁ ଭାରତ ଟି-୨୦ ସିରିଜ୍କୁ ନାମରେ କରିସାରିଛି । ଭାରତ ଏବେ ୩-୧ରେ ଆଗୁଆ ରହିଛି । ଏହାସହିତ ସିରିଜ୍କୁ ମଧ୍ୟ ହାତେଇଛି । ତେଣୁ ଆଜିର ମ୍ୟାଚ୍ରେ ଏକାଧିକ ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ । ବେଙ୍ଗାଲୁରୁର ଚିନସ୍ୱାମୀ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ମ୍ୟାଚ୍ ।
ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା । କିଛି ଖେଳାଳି ବେଶ୍ ଦକ୍ଷ ଥିବା ପ୍ରମାଣ କରିଥିଲେ । ବେନ ମାକଡର୍ମଟ୍, କ୍ରିସ ଗ୍ରୀନ, ବେନ ଡାର୍ସିୟସ ପ୍ରମୁଖ କ୍ରିକେଟ୍ ସମୀକ୍ଷକଙ୍କୁ ପ୍ରଭାବିତ କରିଥିଲେ । ରବିବାର ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ଯୁବ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରୟାସ କରିବେ। ସେହିପରି ଭାରତୀୟ ଟିମ୍ରେ ମଧ୍ୟ ଏକାଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
wp:embed {"url":"https://www.prameyanews7.com/india-made-history-in-t-20-becoming-the-first-team-in-the-world-to-do-so/","type":"wp-embed","providerNameSlug":"prameya-news-7"} /wp:embedତେବେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ର ପିଚ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ୍ରେ ରନ ବର୍ଷା ହେବ । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଦ୍ୱିତୀୟ ଭାଗରେ କାକର ପ୍ରଭାବ ପକାଇବ । ଓଦା ବଲ୍ରେ ବ୍ୟାଟିଂ ସହଜ ହୋଇଯିବ ।
ସମ୍ଭାବ୍ୟ ଦଳ
ଭାରତ : ଯଶସ୍ୱୀ ଜୈସ୍ୱାଲ୍, ଋତୁରାଜ ଗାଏକୱାଡ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ/ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର ।
ଅଷ୍ଟ୍ରେଲିଆ : ଜୋସ ଫିଲିପ, ଟ୍ରେଭିସ୍ ହେଡ୍, ବେନ ମାକଡର୍ମଟ୍, ଆରନ ହାର୍ଡି, ଟିମ ଡେଭିଡ୍, ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ୍(ଅଧିନାୟକ), ବେନ ଡାର୍ସିୟସ, କ୍ରିସ ଗ୍ରୀନ, ଜାସନ ବେହରନଡର୍ଫ, ତନବୀର ସାଙ୍ଘା/ନାଥାନ ଏଲିସ/କେନ ରିଚାର୍ଡସନ ।
wp:embed {"url":"https://www.prameyanews7.com/meet-the-youngest-indian-tattoo-collector-sidharth-gusai/","type":"wp-embed","providerNameSlug":"prameya-news-7"} /wp:embed