ଫାଇନାଲକୁ ନେଇ ଚଳଚଞ୍ଚଳ ସଟ୍ଟା ବଜାର; ଲାଗିଛି ୭୦ ହଜାର କୋଟିର ବେଟିଂ

Published By : Prameya-News7 Bureau | November 19, 2023 IST

ଅହମ୍ମଦାବାଦ, ୧୮/୧୧: ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଫାଇଟ୍ । ସୁପର ସନଡେ’ ହେବ ସୁପର ଫାଇଟ୍ । ମ୍ୟାଚକୁ ନେଇ ସାରା ଦେଶରେ ଉତ୍ସବ ।  ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବା ନେଇ ସବୁଠି ପୂଜାର୍ଚ୍ଚନା ଚାଲିଛି । ଏପଟେ ମ୍ୟାଚକୁ ନେଇ ବେଟିଂ ଇଣ୍ଡଷ୍ଟ୍ରୀ ଚଳଚଞ୍ଚଳ ହୋଇଛି । ଟାଇଟଲ  ଲଢେଇ ପାଇଁ ଜୋରଦାର ବେଟିଂ ଚାଲିଛି ।  ମ୍ୟାଚ୍‌ ପଛରେ ପାଖାପାଖି ୭୦,୦୦୦ କୋଟି  ଟଙ୍କାର ଅର୍ଥ ଲଗାଯାଇଛି । ଏହି ମ୍ୟାଚ୍‌ ସବୁ  ପୁରୁଣା ବେଟିଂ ରେକର୍ଡ ଭାଙ୍ଗିବ ବୋଲି  ଅନୁମାନ କରାଯାଉଛି । ୫୦୦ରୁ ଉଦ୍ଧ୍ୱର୍ ବେଟିଂ  ୱେବସାଇଟ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ବେଟ୍‌  ଆହ୍ୱାନ କରିଛନ୍ତି ।  ଭାରତ ପକ୍ଷରେ ସର୍ବାଧିକ ଅର୍ଥ  ଲାଗିଛି ।

ବେଟର୍‌ଙ୍କ ନଜରରେ ଭାରତ  ଚାମ୍ପିଅନ୍‌ ହେବ । ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ ।  ମ୍ୟାଚ୍‌ରେ ଛୋଟ ସ୍କୋର ସଂଗୃହୀତ ହେବ  ବୋଲି ବେଟରମାନେ ଅନୁମାନ କରୁଛନ୍ତି । ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୫୦ରୁ  ୩୦୦ ମଧ୍ୟରେ ସ୍କୋର ସଂଗ୍ରହ କରିବ ବୋଲି ସର୍ବାଧିକ ବେଟର ଅନୁମାନ ଲଗାଇଛନ୍ତି ।  ୩୦୦ରୁ ୪୦୦ ସ୍କୋର ପାଇଁ ମଧ୍ୟ ବେଟିଂ  ଲାଗିଛି । କିଛି ବେଟରଙ୍କ ଅନୁମାନ ଅନୁଯାୟୀ,  ପ୍ରଥମ ଇନିଂସ ସ୍କୋର ୪୦୦ ଅତିକ୍ରମ  କରିବ ।  ବେଟିଂ ମିଟର ଅନୁଯାୟୀ ଭାରତ ଟସ୍  ଜିତି ବ୍ୟାଟିଂ ନିଷ୍ପତ୍ତି ନେବ ।

wp:embed {"url":"https://www.prameyanews7.com/left-handers-austalian-batsmen-attack-in-indian-bowler/","type":"wp-embed","providerNameSlug":"prameya-news-7"}
https://www.prameyanews7.com/left-handers-austalian-batsmen-attack-in-indian-bowler/
/wp:embed

ଟୁର୍ଣ୍ଣାମେଣ୍ଟ ସାରା ବିରାଟ କୋହଲିଙ୍କ ରାଜୁତି ଜାରି ରହିଥିଲେ ହେଁ ବେଟ୍‌ରମାନେ ଫାଇନାଲ୍‌ ମ୍ୟାଚ୍‌ ପାଇଁ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସର୍ବାଧିକ ଅର୍ଥ ଲଗାଇଛନ୍ତି ।  ମହମ୍ମଦ ସାମି ୨୩ଟି ୱିକେଟ୍‌  ଅକ୍ତିଆର କରିସାରିଥିଲେ ହେଁ ବେଟରମାନେ ଫାଇନାଲ୍‌ ମ୍ୟାଚ୍‌ ପାଇଁ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ପଛରେ ଅର୍ଥ ଲଗାଇଛନ୍ତି । ଗତ ଭାରତ- ପାକିସ୍ତାନ ମ୍ୟାଚ୍‌ରେ ୪୦,୦୦୦କୋଟି  ଟଙ୍କାର ବେଟିଂ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.