AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଦ୍ୱିତୀୟ ଦିନିକିଆରେ ସ୍ମିଥଙ୍କ ଦମଦାର ଶତକ, ଭାରତକୁ ୩୯୦ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

29/11/2020 at 1:03 PM

ସିଡନୀ,୨୯/୧୧:   ସିଡନୀରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତ ସାମ୍ନାରେ ୩୯୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଛି । ଭାରତକୁ ବିଜୟ ପାଇଁ ୩୯୦ ରନ୍ ଆବଶ୍ୟକ ।

ଟସ୍ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ. ବ୍ୟାଟିଂ କରିଥିଲେ । ଫିଞ୍ଚ ୬୯ ବଲରୁ ୬୦ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୮୩ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ । ସେ ଶତକ ଅର୍ଜନ କରିଥିଲେ । ସେ ୬୪ ବଲରୁ ୧୦୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୬୩ ଓ ମାମ୍ୟୁସ୍ ଲାବ୍ୟୁସେନ୍ ୭୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଥିଲା ।

ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରିତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts