scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ : ମୋହାଲିରେ କାହାର ପଲ୍ଲା ଭାରୀ ?

21/09/2023 at 10:15 AM

ମୋହାଲି ୨୧।୦୯ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ । ଏହାପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯିବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମୋହାଲିରେ ଶୁକ୍ରବାର ମାନେ ୨୨ ସେପ୍ଟେମ୍ବରରେ ଖେଳାଯିବ । ଭାରତୀୟ ଟିମ୍‌ ମୋହାଲିରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ ମଧ୍ୟ ପହଞ୍ଚିଛି । ଉଭୟ ଟିମ୍‌ ଅଭ୍ୟାସ ମଧ୍ୟ ଆରମ୍ଭ କଲେଣି ।

ତେବେ ଆପଣ ଜାଣିଛନ୍ତି ମୋହାଲିରେ ଅଷ୍ଟ୍ରେଲିଆ ବିରୋଧରେ ଭାରତୀୟ ଟିମ୍‌ର ରେକର୍ଡ ଖୁବ୍‌ ଭଲ ନାହିଁ । ଆଜି ଯାଏଁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆକୁ ମୋହାଲିରେ ଦିନିକିଆ ଫର୍ମାଟରେ ପରାସ୍ତ କରିନାହିଁ । ଏହି ଷ୍ଟାଡିୟମ୍‌ରେ ଦିନିକିଆ ଫର୍ମାଟରେ ପ୍ରତି ଥର କଙ୍ଗାରୁ ଟିମ୍‌ ଭାରତୀୟ ଟିମ୍‌ ଚକ୍‌ମା ଦେଇଥାଏ ।

ଅନ୍ୟପଟେ ମୋହାଲୀରେ ପିଚ୍‌ରେ ନିଜ ପୁରୁଣା ରେକର୍ଡକୁ ସୁଧାରିବାକୁ ଚେଷ୍ଟ କରିବା ଟିମ୍‌ ଇଣ୍ଡିଆ । କିନ୍ତୁ ଭାରତୀୟ ଟିମ୍‌ ପାଇଁ ଏହି ରାସ୍ତା ଏତେ ସହଜ ହେବନାହିଁ ।ତେଣୁ ଅପେକ୍ଷା ରହିଲା କି ମୋହାଲୀରେ ଭାରତୀୟ ଦଳ ଅଷ୍ଟେ୍ରଲିଆକୁ ହରାଇବାକୁ କେତେ ସକ୍ଷମ ହେଉଛି। 

ସୂଚନାଯୋଗ୍ୟ ଯେ,  ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେରଲିଆର ପଲ୍ଲା ଭାରି ରହିଛି । ଏବେ ଯାଏଁ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଦିନିକିଆ ଫର୍ମାଟରେ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୮୨ ମ୍ୟାଚରେ ହରାଇଛି । ଯାହାକି ଭାରତୀୟ ଟିମକୁ ପ୍ରାୟ ୫୪ଥର ସଫଳତା ହାସଲ ହୋଇଛି । ଏହାବ୍ୟତୀତ ଭାରତ ମାଟିରେ ଭାରତ ଏବଂ ଅଷ୍ଟ୍ରେଲିଆର ୬୭ଥର ସାମ୍ନାସାମ୍ନି ହୋଇଛନ୍ତି । ଅଷ୍ଟ୍ରେଲିଆ ଭାରତକୁ ୩୨ଥର ହରାଇଛି । ଭାରତୀୟ ଦଳ ନିଜ ମାଟିରେ ଅଷ୍ଟ୍ରେଲିଆକୁ ୩୦ ଥର ହରାଇବାରେ ସଫଳ ହୋଇଛି । 

ଭାରତ-ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଖେଳସୂଚୀ

ପ୍ରଥମ ଦିନିକିଆ- ସେପ୍ଟେମ୍ବର ୨୨, ମୋହାଲି

ଦ୍ଵିତୀୟ ଦିନିକିଆ- ସେପ୍ଟେମ୍ବର ୨୪, ଇନ୍ଦୋର

ତୃତୀୟ ଦିନିକିଆ- ସେପ୍ଟେମ୍ବର ୨୭, ରାଜକୋଟ୍

   Related Posts