ବିଶ୍ୱକପ୍‌ ୨୦୨୩ : ସୁପର ସଣ୍ଡେରେ ସୁପର ଫାଇଟ୍‌, ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଟକ୍କର

Published By : Prameya-News7 Bureau | November 19, 2023 IST

ଅହମ୍ମଦାବାଦ୍ ୧୯।୧୨ : ସୁପର ସଣ୍ଡେରେ ସୁପର ଫାଇଟ୍‌ । ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ମୁକାବିଲା। ଅହମ୍ମଦାବାଦା ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ । ଅପରାହ୍ନ ୨ଟାରେ ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଆ ।   

wp:embed {"url":"https://www.prameyanews7.com/astrologer-sumit-bajaj-predicts-rohit-sharma-and-co-to-win-icc-cricket-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrologer-sumit-bajaj-predicts-rohit-sharma-and-co-to-win-icc-cricket-world-cup-2023/
/wp:embed

ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍‌ ଦମ୍‌ଦାର୍‌ ଫର୍ମରେ ଅଛନ୍ତି । ଭାରତ ଲିଗ୍‌ ପର୍ଯ୍ୟାୟରେ ନିଜର ସମସ୍ତ ୯ଟି ଯାକ ମୁକାବିଲାରେ ବିଜୟୀ ହୋଇଥିଲା । ଏହାପରେ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ମାତ୍‌ ଦେଇ ଫାଇନାଲରେ କରିଛି ଏଣ୍ଟ୍ରି । ଭାରତ ୨୦୨୩ ବିଶ୍ୱକପ୍‌ରେ ନିଜର ୧୦ଟି ଯାକ ମୁକାବିଲାରେ ବିଜୟୀ ହୋଇଛି । ତେଣୁ ଟିମ୍‌ର ମନୋବଳ ବେଶ୍‌ ଦୃଢ ରହିଛି । ତେଣୁ ଫାଇନାଲ୍‌ରେ ଟିମ୍‌କୁ ରୋକିବା କଙ୍ଗାରୁ ବାହିନୀ ପକ୍ଷ ଅସମ୍ଭବ ହେବ ।

wp:embed {"url":"https://www.prameyanews7.com/virat-kohli-and-rohit-sharma-could-be-dangerous-for-australia-in-world-cup-final-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-and-rohit-sharma-could-be-dangerous-for-australia-in-world-cup-final-2023/
/wp:embed

ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଭଲ ଫର୍ମରେ ରହିଛି । ଲିଗ୍‌ ପର୍ଯ୍ୟାୟରେ ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ହୋଇଥିଲା । କିନ୍ତୁ ଏହାପରେ କମ୍‌ବ୍ୟାକ୍‌ କରିଥିଲା କଙ୍ଗାରୁ ବାହିନୀ । ଆଉ ଲଗାତର ୭ଟି ମ୍ୟାଚ୍‌ ଜିତି ସେମିରେ କରିଥିଲା ଏଣ୍ଟ୍ରି । ସେମିରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ କରିଛି ଏଣ୍ଟ୍ରି । ଭାରତ ଏକ ଶକ୍ତିଶାଳୀ ଟିମ୍‌ ହୋଇଥିଲେ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ଜୋରଦାର ଲଢେଇ କରିବ ବୋଲି ଅନୁମାନ କରିଛନ୍ତି କ୍ରୀଡା ସମୀକ୍ଷକ । ଖାସ୍‌ କରି ଓପନର ଟ୍ରାଭିସ୍‌ ହେଡ୍‌ ଏବଂ ମାକ୍ସଓ୍ୱେଲ୍‌ଙ୍କ ବ୍ୟାଟିଂ ।

wp:embed {"url":"https://www.prameyanews7.com/before-the-final-the-kangaroo-captains-big-note-said-shami-is-a-big-threat-for-australia/","type":"wp-embed","providerNameSlug":"prameya-news-7"}
https://www.prameyanews7.com/before-the-final-the-kangaroo-captains-big-note-said-shami-is-a-big-threat-for-australia/
/wp:embed

ବିଶ୍ୱକପ୍‌ରେ ଉଭୟ ଟିମ୍‌ଙ୍କ ମଧ୍ୟରେ ୧୩ ଥର ଲଢେଇ ହୋଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ୮ ଥର ବିଜୟୀ ହୋଇଥିବା ବେଳେ ଭାରତ ୫ଟି ମ୍ୟାଚ୍‌ରେ ବିଜୟ ହୋଇଛି । ସେହିପରି ଦିନିକିଆରେ ୧୫୦ ଥର ଆମ୍ନାସାମ୍ନା ହୋଇଛନ୍ତି ଉଭୟ ଦଳ । ଯେଉଁଥିରେ ଭାରତ ଖାତାରେ ୫୭ଟି ବିଜୟ ରହିଥିବା ବେଳେ ଅଷ୍ଟ୍ରେଲିଆ ଖାତା ୮୩ଟି ବିଜୟୀ ମ୍ୟାଚ୍‌ ରହିଛି । ତେଣୁ ଉଭୟ ସ୍ଥାନରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । କିନ୍ତୁ ଆଜିକା ଦିନରେ ଭାରତ ଏକ ଶକ୍ତିଶାଳୀ ଟିମ୍‌ । ତେଣୁ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଏହି ଟିମ୍‌ ପୁରା ପାରଙ୍ଗମ । ଭାରତୀୟ ଟିମ୍‌ ଚଳିତ ବିଶ୍ୱକପ୍‌ରେ ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

wp:embed {"url":"https://www.prameyanews7.com/want-to-win-the-world-cup-for-rahul-dravid-says-rohit-sharma-ahead-of-final-in-ahmedabad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/want-to-win-the-world-cup-for-rahul-dravid-says-rohit-sharma-ahead-of-final-in-ahmedabad/
/wp:embed

ସମ୍ଭାବ୍ୟ ଦଳ-

ଭାରତ- ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, କୂଳଦୀପ ଯାଦବ ।

ଅଷ୍ଟ୍ରେଲିଆ- ଟ୍ରାଭିସ୍‌ ହେଡ୍‌, ଡେଭିଡ ଓ୍ୱାର୍ଣ୍ଣର, ମିଚେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ନସ ଲାବୁସେନ୍‌, ଜୋସ ଇଙ୍ଗ୍ଲିସ୍‌, ପ୍ୟାଟ୍‌ କମିନ୍ସ (ଅଧିନାୟକ), ଗ୍ଲେନ୍‌ ମାକ୍ସଓ୍ୱେଲ୍‌, ମିଚେଲ୍‌ ଷ୍ଟାର୍କ, ଆଡମ ଜାମ୍ପା, ଜୋସ ହେଜେଲ୍‌ହୁଡ୍‌ ।

wp:embed {"url":"https://www.prameyanews7.com/sushmita-sen-reveals-whether-she-wanted-to-marry-lalit-modi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sushmita-sen-reveals-whether-she-wanted-to-marry-lalit-modi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.