ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

IND vs AUS 4th Test : ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୮୦ ରନରେ ଶେଷ, ଅଶ୍ୱିନଙ୍କୁ ଛଅ ୱିକେଟ୍, ଖ୍ୱାଜା-ଗ୍ରୀନଙ୍କ ଶତକ

10/03/2023 at 4:50 PM

ଅହମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନରେ ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଉସମାନ ଖ୍ୱାଜା ସର୍ବାଧିକ ୧୮୦ ରନ ଏବଂ କ୍ୟାମରନ ଗ୍ରୀନ ୧୧୪ ରନ କରିଛନ୍ତି । ଭାରତ ତରଫରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଛଅ ଏବଂ ମହମ୍ମଦ ଶାମି ଦୁଇ ୱିକେଟ୍ ନେଇଛନ୍ତି ।

ପ୍ରଥମ ଦିନ ନିଜ ନାଁରେ କରିବା ପରେ ଦ୍ୱିତୀୟ ଦିନର ପ୍ରଥମ ସେସନ ମଧ୍ୟ ଅଷ୍ଟ୍ରେଲିଆ ନାଁରେ ରହିଥିଲା । ତେବେ ଦ୍ୱିତୀୟ ସେସନରେ ଅଶ୍ୱିନ ତିନି ୱିକେଟ୍ ହାସଲ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ । ଶୁକ୍ରବାର ଅଷ୍ଟ୍ରେଲିଆ ଟିମ୍ ୨୫୫ ରନରେ ଚାରି ୱିକେଟରୁ ନିଜ ଖେଳ ଆଗକୁ ବଢାଇଥିଲା । ଉସମାନ ଖ୍ୱାଜା ଏବଂ କ୍ୟାମରନ ଗ୍ରୀନଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୨୦୮ ରନର ପାର୍ଟନରଶିପ ହୋଇଥିଲା ।

ଆଉଟ୍ ହେବା ପୂର୍ବରୁ କ୍ୟାମରନ ଗ୍ରୀନ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ଚା’ ବିରତି ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୭ ୱିକେଟ୍ ହରାଇ ୪୦୯ ରନ କରିଥିଲା । ଏହାପରେ ଉସମାନ ଖ୍ୱାଜାଙ୍କୁ ବ୍ୟକ୍ତିଗତ ୧୮୦ ରନରେ ଅକ୍ଷର ପଟେଲ ଆଉଟ୍ କରାଇଥିଲେ । ଏହାପରେ ନାଥାନ ଲିୟନ ଏବଂ ଟାଡ୍ ମର୍ଫି ନବମ ୱିକେଟ୍ ପାଇଁ ୭୦ ଯୋଡିଥିଲେ । ଶେଷ ଦୁଇ ୱିକେଟ୍ ନେଇ ଅଶ୍ୱିନ ଅଷ୍ଟ୍ରେଲିଆ ଟିମକୁ ୪୮୦ ରନରେ ସୀମିତ କରାଇଥିଲେ ।

ଅଶ୍ୱିନ ଏହି ଇନିଂସରେ ମୋଟ ୬ ୱିକେଟ୍ ହାସଲ କରିଛନ୍ତି । ୩୨ ଥର ସେ ଟେଷ୍ଟ ଇନିଂସରେ ପାଞ୍ଚ ୱିକେଟ୍ ହାସଲ କରିଛନ୍ତି । ଭାରତୀୟ ମାଟିରେ ସେ ୨୬ ଥର ଏପରି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସପ୍ତମ ଥର ଅଶ୍ୱିନ ଟେଷ୍ଟରେ ପାଞ୍ଚ ୱିକେଟ୍ ହାସଲ କରିଛନ୍ତି ।

   Related Posts