ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ ମ୍ୟାଚ୍‌, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା

Published By : Prameya-News7 Bureau | December 01, 2023 IST

ରାୟପୁର ୦୧।୧୨ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ । ଶୁକ୍ରବାର ଖେଳାଯିବ ସିରିଜ୍‌ର ୪ର୍ଥ ମ୍ୟାଚ୍‌ । ରାୟପୁର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍‌ ।

wp:embed {"url":"https://www.prameyanews7.com/rahul-dravid-will-continue-as-team-india-head-coach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-dravid-will-continue-as-team-india-head-coach/
/wp:embed

ନଭେମ୍ବର ୨୩ରେ ୫ଟିକିଆ ସିରିଜ୍‌ରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ୍‌ । ଯାହାକୁ ଭାରତୀୟ ଟିମ୍‌ ୨ ଓ୍ୱିକେଟ୍‌ରେ ବିଜୟୀ ହୋଇଛି । ଏହାପରେ ନଭେମ୍ବର ୨୬ରେ ଖେଳାଯାଇଥିଲା ୨ୟ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ବି ଭାରତୀୟ ଟିମ୍‌ ୪୪ରନ୍‌ରେ ବିଜୟୀ ହୋଇଥିଲା । ସିରିଜ୍‌ରେ ୨-୦ରେ ଆଗୁଆ ରହିଥିଲା ଭାରତୀୟ ଟିମ୍‌ ।

wp:embed {"url":"https://www.prameyanews7.com/virat-kohli-may-be-take-a-break-from-white-ball-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-may-be-take-a-break-from-white-ball-format/
/wp:embed

ଶେଷରେ ନଭେମ୍ବର ୨୮ରେ ଖେଳାଯାଇଥିଲା ତୃତୀୟ ଟି-୨୦ ମ୍ୟାଚ୍‌ । କିନ୍ତୁ ଏହି ମ୍ୟାଚ୍‌ରେ ବାଜି ମାରିନେଇଥିଲା କଙ୍ଗାରୁ ବାହିନୀ । ଭାରତୀୟ ଟିମ୍‌ ଦେଇଥିବା ବିଶାଳ ରନ୍‌ ଟାର୍ଗେଟକୁ ୫ ଓ୍ୱିକେଟ୍‌ ହରାଇ ହାସଲ କରିନେଇଥିଲା । ଯାହାଫଳରେ ୫ଟିକିଆ ସିରିଜ୍‌ରେ ଭାରତୀୟ ଟିମ୍‌ ୨-୧ରେ ଆଗୁଆ ରହିଛି । ଆଉ ଏବେ ରାୟପୁରରେ ଖେଳାଯିବ ୪ର୍ଥ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ଜିତି ଭାରତୀୟ ଟିମ୍‌ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି । କିନ୍ତୁ ଏତେ ସହଜରେ ବାଟ ଛାଡିବନାହିଁ କଙ୍ଗାରୁ ବାହିନୀ ।

ସମ୍ଭାବ୍ୟ ଦଳ

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଋତୁରାଜ  ଗାଏକୱାଡ୍‌, ଇଶାନ କିଷନ, ସୂର୍ଯ୍ୟକୁମାର  ଯାଦବ(ଅଧିନାୟକ), ତିଳକ ବର୍ମା,ରିଙ୍କୁ ସିଂହ,  ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଅର୍ଶଦୀପ  ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର ।

ଅଷ୍ଟ୍ରେଲିଆ: ଷ୍ଟିଭେନ ସ୍ମିଥ୍‌,ମାଥ୍ୟୁ ସର୍ଟ,ଜୋସ  ଇଂଲିଶ,ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌,  ଟିମ ଡେଭିଡ୍‌, ମାଥ୍ୟୁ ୱେଡ୍‌(ଅଧିନାୟକ), ଆଡାମ ଜାମ୍ପା, ନାଥାନ ଏଲିସ, ସିନ ଆବୋଟ/ ଜାସନ ବେହରନଡର୍ଫ, ତନବୀର ସାଙ୍ଘା ।

wp:embed {"url":"https://www.prameyanews7.com/seven-person-lost-hie-life-in-ghatagaon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/seven-person-lost-hie-life-in-ghatagaon/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.