ଗୌହାଟି ୨୮।୧୧ : ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ମଙ୍ଗଳବାର ଦିନ ଗୌହାଟୀର ବର୍ଷାପଡ଼ା ଷ୍ଟାଡିୟମ୍ରେ ଖେଳାଯିବ ସିରିଜ୍ର ତୃତୀୟ ମ୍ୟାଚ୍ । ଭାରତ ୨-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । କିନ୍ତୁ ଅଷ୍ଟ୍ରେଲିଆ ପାଇଁ ସିରିଜ୍କୁ ଫେରିବାକୁ ଏହା ଶେଷ ସୁଯୋଗ । ଯଦି ଆଜିର ମ୍ୟାଚ୍ ହାରୁଛି । ତେବେ କଙ୍ଗାରୁ ବାହିନୀ ପାଖରେ ସିରିଜ୍ ହାରିବା ଭୟର ରହିଛି ।
wp:embed {"url":"https://www.prameyanews7.com/india-australia-third-t20-match-australia-win-100-in-guwahati-india-win-only-one-match/","type":"wp-embed","providerNameSlug":"prameya-news-7"} /wp:embedଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍ ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୨-୦ରେ ଆଗୁଆ ଥିବାରୁ ଆତ୍ମବିଶ୍ବାସ ଶିଖରରେ ରଖିଛି। ତ୍ରୁଟିଶୂନ୍ୟ ବ୍ୟାଟିଂ କରି ଏହି ଯୁବ ସେନା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଛି। ବର୍ଷାପଡ଼ା ଷ୍ଟାଡିୟମ୍ ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି।
wp:embed {"url":"https://www.prameyanews7.com/hardik-pandya-return-mumbai/","type":"wp-embed","providerNameSlug":"prameya-news-7"} /wp:embedସେପଟେ ବିଶ୍ବକପ୍ ଫାଇନାଲ୍ ପରାଜୟ ପରେ ସପ୍ତାହକ ପାଇଁ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରୁଛନ୍ତି। ସେ ଋତୁରାଜ ଗାଏକ୍ବାଡଙ୍କଠାରୁ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ସମ୍ଭାଳିବେ। ତେବେ ଆଜି ମ୍ୟାଚ୍ ରେ ଆୟର ଖେଳିବା ସମ୍ଭାବନା କମ୍ ରହିଛି। ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ସେଭଳି ଚିନ୍ତା ନାହିଁ।
wp:embed {"url":"https://www.prameyanews7.com/shubman-gill-the-new-captain-of-gujarat-titans/","type":"wp-embed","providerNameSlug":"prameya-news-7"} /wp:embedଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବାମହାତୀ ବ୍ୟାଟର୍ ରିଙ୍କୁ ସିଂହ ୬ ନମ୍ବର ସ୍ଥାନକୁ ଏକ ପ୍ରକାର ପକ୍କା କରି ସାରିଛନ୍ତି ଏବଂ ଫିନିସର୍ ଭୂମିକାକୁ ଭଲ ଭାବେ ତୁଲାଇବାରେ ସଫଳ ହେଉଛନ୍ତି। ଅନ୍ୟପକ୍ଷରେ ଭାରତରେ ପ୍ରାୟ ଦୁଇ ମାସରୁ ଅଧିକ ସମୟ କାଟି ସାରିଥିବା ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍ , ମାର୍କସ ଷ୍ଟୋଇନିସ୍ ଓ ଆଡାମ ଜାମ୍ପାଙ୍କ ଭଳି ବରିଷ୍ଠ ଖେଳାଳିମାନେ କ୍ଲାନ୍ତ ହୋଇପଡ଼ିଛନ୍ତି । ତେଣୁ ଶୃଙ୍ଖଳାରେ ଜୀବିତ ରହିବା ଲାଗି ଅଷ୍ଟ୍ରେଲିଆକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବାରୁ ମାଥ୍ୟୁ ୱେଡ୍ ଙ୍କ ଦଳ କିଛି କରିସ୍ମା କରିବା ଆଶାରେ ରହିବ।
ସମ୍ଭାବ୍ୟ ଦଳ
ଭାରତ: ଯଶସ୍ୱୀ ଜୈସ୍ୱାଲ୍, ଋତୁରାଜ ଗାଏକୱାଡ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା,ରିଙ୍କୁ ସିଂହ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର ।
ଅଷ୍ଟ୍ରେଲିଆ: ଷ୍ଟିଭେନ ସ୍ମିଥ୍,ମାଥ୍ୟୁ ସର୍ଟ,ଜୋସ ଇଂଲିଶ,ଗ୍ଲେନ ମ୍ୟାକ୍ସୱେଲ୍, ମାର୍କସ ଷ୍ଟଇନିସ୍, ଟିମ ଡେଭିଡ୍, ମାଥ୍ୟୁ ୱେଡ୍(ଅଧିନାୟକ), ଆଡାମ ଜାମ୍ପା, ନାଥାନ ଏଲିସ, ସିନ ଆବୋଟ/ ଜାସନ ବେହରନଡର୍ଫ, ତନବୀର ସାଙ୍ଘା ।
wp:embed {"url":"https://www.prameyanews7.com/animal-cast-fees-know-who-is-the-highest-and-lowest-paid/","type":"wp-embed","providerNameSlug":"prameya-news-7"} /wp:embed