LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତ ପାଇଁ କର ବା ମର ସ୍ଥିତି; ଅନ୍ତିମ ମ୍ୟାଚ୍‌ରେ ୩ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ

21/03/2023 at 9:51 AM

ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଖେଳାଯିବ ତୃତୀୟ ଦିନିକିଆ । ସିରିଜ୍ କବଜା ପାଇଁ ଉଭୟ ଦଳରେ ମଧ୍ୟରେ ଚିତ୍ତାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ହେବ ଟକ୍କର । ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ରୋହିତ୍-ଆଣ୍ଡ-କୋ ଦିନିକିଆ ଶୃଙ୍ଖଳା ସିଲ୍ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଖିଛି । ଆସନ୍ତାକାଲି ମ୍ୟାଚରେ ଟିମ୍ ଇଣ୍ଡିଆ ବଡ଼ ପରିବର୍ତ୍ତନ କରିପାରେ । ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି ।

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ହୋଇଛି । ପ୍ରଥମ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଥିବା ବେଳେ ଦ୍ବିତୀୟ ମ୍ୟାଚରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ତେବେ ବୁଧବାର ଅନ୍ତିମ ଦିନିକିଆ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।

ଅନ୍ୟପଟେ ଦଳକୁ ମଜବୁତ କରିବା ପାଇଁ ହିଟ୍ ମ୍ୟାନ୍ ୩ଟି ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଓ୍ବାନଡେ’ରେ ବାରମ୍ବାର ଫ୍ଲପ୍ ହେଉଥିବା ସୂର୍ଯ୍ୟକୁମାର ଯାବଦଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିପାରନ୍ତି ରୋହିତ୍ । ତାଙ୍କ ସ୍ଥାନରେ ୪ନମ୍ବରରେ ଈଷନ କିଶାନଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିପାରେ ।

ସେହିପରି ଦ୍ବିତୀୟ ମ୍ୟାଚରେ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ଚାଇନା ମ୍ୟାନ୍ ବା କୁଲଦୀପ ଯାଦବ ମଧ୍ୟ ବାଦ୍ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲିର ଉମ୍ରାନ ମଲ୍ଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରନ୍ତି ।  ସେହିଭଳି ବାମହାତି ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଲୋକାଲ ବଏ ଓ୍ବାଂଶିଟନ ସୁନ୍ଦରଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି  । ଘରୋଇ ମାଟିରେ ଆସନ୍ତା କାଲି ମ୍ୟାଚ୍ ଜିତି ସିରିଜ୍ କବଜା ପାଇଁ ଜୋରଦାର ଉଦ୍ୟମ ଚଳାଇନ୍ତି ହିଟ୍ ମ୍ୟାନ୍ ।   

   Related Posts