ଫସିଛି ଦିଲ୍ଲୀ ଟେଷ୍ଟ; ତୃତୀୟ ଦିନରେ ବ୍ୟାକ୍ ଫୁଟ୍ରେ ଟିମ୍ ଇଣ୍ଡିଆ, ବୋଲରଙ୍କ ଉପରେ ନଜର
19/02/2023 at 9:38 AM

ନୂଆଦିଲ୍ଲୀ: ଫସିଛି ଭାରତ-ଅଷ୍ଟ୍ରେଲିଆ ଦିଲ୍ଲୀ ଟେଷ୍ଟ ? ଦ୍ବିତୀୟ ଦିନରେ ବ୍ୟାକ୍ ଫୁଟ୍ରେ ରହଛି ଟିମ୍ ଇଣ୍ଡିଆ । ବର୍ଡର ଗାଭାସ୍କାର ଟ୍ରଫିର ଦ୍ବିତୀୟ ମ୍ୟାଚ୍ ଅରୁଣ ଜେଟିଲ୍ ଷ୍ଟାଡିୟମ ଦିଲ୍ଲୀରେ ଖେଳାଯାଉଛି । ଦ୍ବିତୀୟ ପାଳିରେ କଙ୍ଗାରୁ ଦଳ ଗୋଟିଏ ଓ୍ବିକେଟ୍ ହରାଇ ୬୧ ରନ୍ର ଲିଡ୍ ଦେଇଛି । ସେପଟେ ଧୀରେ ଧୀରେ ଟିମ୍ ଇଣ୍ଡିଆ ପାଇଁ ମୁସ୍କଲ୍ ହେଉଛି ଖେଳ ।
ପ୍ରଥମ ପାଳି କଙ୍ଗାରୁ ଦଳ ସମସ୍ତ ଓ୍ବିକେଟ୍ ୨୬୩ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୨୬୨ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ନାଥନ ଲାୟନ୍ଙ୍କ ସାମ୍ନାରେ ପଡ଼ିଆରେ ଅଧିକ ସମୟ ରହିପାରିନଥିଲେ ଭାରତୀୟ ବ୍ୟାଟର । ଅନ୍ୟପଟେ ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ଏକ ସମ୍ମାନ ଜନକ ସ୍କୋର କରିବାରେ ସଫଳ ହୋଇଥିଲା । ଭାରତ ପ୍ରଥମ ପାଳିରେ ୨୬୨ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳ ଠାରୁ ୧ ରନ୍ ପଛରେ ରହିଥିଲା ।
ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ଓ୍ବିକେଟ୍ ହରାଇ ୬୧ରନ୍ ସଂଗ୍ରହ କରିଛନ୍ତି । ଓପନର ଟ୍ରେବିସ୍ ହେଡ୍ ୩୯ରନ ପାଳି ଖେଳିଥିବା ବେଳେ ମାର୍ନସ ଲାବୁଶେନ ୧୬ରନ ସଂଗ୍ରହ କରି ଅନଆଉଟ୍ ରହିଛନ୍ତି । ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବ୍ୟାକ୍ ଫୁଟକୁ ଚାଲିଯାଇଛି ଟିମ୍ ଇଣ୍ଡିଆ । ଆହୁରି ତିନି ଦିନ ରହିଥିବାରୁ ଟିମ୍ ଇଣ୍ଡିଆ ହାତରୁ ମ୍ୟାଚ୍ ଖସୁଥିବା ଅଶଙ୍କା ପ୍ରକାଶ ପାଇଛି ।
ଅନ୍ୟପଟେ ବିରାଟ କୋହଲିଙ୍କ LBWକୁ ନେଇ ବିବାଦ ଆରମ୍ଭ ହୋଇଛି । ବିରାଟ ପ୍ରଥମ ଇନିଂସରେ ୪୪ ରନ୍ କରି ପଡ଼ିଆରେ ସେଟ୍ ହୋଇଯାଇଥିବା ବେଳେ ତାଙ୍କୁ ଆମ୍ପାୟାର ବିବାଦୀୟ ଭାବେ LBW ଆଉଟ୍ କରାଦେଇଥିଲେ । ଅନେକ ବରିଷ୍ଠ ଖେଳାଳି କୋହଲିଙ୍କ ଆଉଟ୍କୁ ନେଇ ଥାର୍ଡ ଅମ୍ପାୟାର ଉପରେ ପ୍ରଶ୍ନ ଛିଡ଼ାକରିଛନ୍ତି । ଆଇସିସି ନିୟମ ଅନୁଯାୟୀ ଏହା LBW ନଥିବା କହିଛନ୍ତି । ଏହାକୁ ସେମାନେ ଖରାପ ଅମ୍ପାୟାରିଂ ବୋଲି କହିଛନ୍ତି ।
ତୃତୀୟ ଦିନରରେ ଟିମ୍ ଇଣ୍ଡିଆର ବୋଲରଙ୍କ ଦେଖିବାକୁ ମିଳିଲେ ପୁଣି ଥରେ ଭାରତ ଖେଳରେ ସଂର୍ଘଷ କରିବ । ନଚେତ୍ ଦ୍ବିତୀୟ ଟେଷ୍ଟ ଭାରତ ହାତରୁ ଖସିଯିବା ନେଇ ବରିଷ୍ଠି କ୍ରିକେଟ୍ର କହିଛନ୍ତି ।