ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

Published By : Prameya-News7 Bureau | January 12, 2019 IST

ସିଡନୀ ୧୨|୧:  ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦିନିକିଆ ସିରିଜ୍ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ସିଡନୀରେ ଖେଳାଯିବ । ଏହି ସିରିଜ୍ ସହିତ ବିଶ୍ଵ କପ୍ ପାଇଁ ଭାରତ ନିଜର ପ୍ରସ୍ତୁତି ଆରମ୍ଭ କରିବ। ଟେଷ୍ଟରେ ସଫଳତା ହାସଲ କରିବା ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ସେପେଟେ ଟେଷ୍ଟ ସିରିଜ୍ ହାରିଥିବା ଅଷ୍ଟ୍ରେଲିଆ ବଦ୍ ଲା ନେବାକୁ ପୁରା ଭରପୁର ଉଦ୍ୟମ କରିବ ।  ଟିଭି ସୋରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଦଳରୁ କେ. ଏଲ୍ ରାହୁଲ ଓ ପାଣ୍ଡ୍ୟାଙ୍କ ବାଦ ପଡିଛନ୍ତି । ଅନ୍ୟ ପଟେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ  ସିରିଜରୁ ବିଶ୍ରାମ ଦିଆଯାଇଛି । ଦଳର ପେସ୍ ଭାର ଭୁବନେଶ୍ଵର କୁମାରଙ୍କ ଏବଂ ମହମଦ ସାମି ସମ୍ଭାଳିବେ । ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଜାଡେଜା ଦଳରେ ଅଲରାଉଣ୍ଡର ଭୂମିକା ନିଭାଇବେ । ତାଙ୍କ ସହିତ  ରିଷ୍ଟ ସ୍ପିନର କୁଲଦୀପ ଯାଦବ ସ୍ପିନ ଆକ୍ରମଣ ସମ୍ଭାଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.