ଏସିଆ କପ୍: ଆଉ କିଛି ସମୟ ପରେ ଆଫଗାନିସ୍ତାନ-ଭାରତ ମ୍ୟାଚ୍, ତା ପୂର୍ବରୁ ଷ୍ଟାଡିୟମ୍ ପାଖରେ ଲାଗିଲା ନିଆଁ
8/09/2022 at 6:22 PM

ଦୁବାଇ: ଆଉ କିଛି ସମୟ ପରେ ଏସିଆ କପ୍ରେ ଭାରତ ଆଫଗାନିସ୍ତାନ ସହିତ ତାର ଶେଷ ମ୍ୟାଚ୍ ଖେଳିବ। ହେଲେ ମ୍ୟାଚ୍ ପୂର୍ବରୁ ଦୁର୍ଘଟଣା ଘଟିଛି। ଷ୍ଟାଡିୟଏମ୍ରେ ଏଣ୍ଟ୍ରି ଗେଟ୍ ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଆଉ କିଛି ସମୟ ପରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ତ୍ୱରିତ ଉପାୟରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ, ପ୍ରବେଶ ଫାଟକ ପାଖରେ ଥିବା ଏକ ଘରେ ଏହି ନିଆଁ ଲାଗିଯାଇଥିବାରୁ ଷ୍ଟାଡିୟମ୍ର ଆଖାପାଖ ଏରିଆରେ ଧୂଆଁ ଖେଳି ଯାଇଥିଲା। ଗେଟ୍ ପାଖରେ ବି ନିଆଁର ପ୍ରକୋପ ଦେଖିବାକୁ ମିଳିଥିଲା। ମ୍ୟାଚ୍ ଥିବା କାରଣରୁ ନିଆଁ ଲିଭା କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି।
Getting to know about major fire outside Dubai stadium right now pic.twitter.com/ehqpv1rWls
— Vikrant Gupta (@vikrantgupta73) September 8, 2022
ଆପଣ ଜାଣି ରଖନ୍ତୁ ଯେ ଆଜି ଭାରତ ଏସିଆ କପ୍ରେ ତାର ଶେଷ ମ୍ୟାଚ୍ ଖେଳିବ। କାରଣ ସୁପର-୪ରେ ଭାରତ ଲଗାତର ଦୁଇଥରେ ହାରିବା ପରେ ସମସ୍ତଙ୍କ ନଜର ଗତକାଲିର ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ୍ ଉପରେ ରହିଥିଲା। କାଲିର ମ୍ୟାଚ୍ ଆଫଗାନିସ୍ତାନ ଜିତିଥିଲେ ଭାରତର ଫାଇନାଲ ଖେଳିବା ଆଶା ଥିଲା। ହେଲେ ଦୁର୍ଭାଗ୍ୟ ବଶତଃ ଶେଷ ଓଭରରେ ପାକିସ୍ତାନ ମ୍ୟାଚ୍ ଜିତି ନେଲା। ଫଳରେ ଭାରତ ଫାଇନାଲ୍ରୁ ଦୌଡ଼ରୁ ବାହାରି ଯାଇଛି। ଆଜି ଆଫଗାନିସ୍ତାନ ସହ କେବଳ ଔପଚାରିକତା ମ୍ୟାଚ୍ ଖେଳିବ ଭାରତ।