ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଭାରତର କଡା ଜବାବ : ନେଲା ଅଭିନନ୍ଦନଙ୍କ ବିଜ୍ଞାପନର ବଦଲା
15/06/2019 at 3:12 PM

ନୂଆଦିଲ୍ଲୀ ୧୫/୬ : ଭାରତ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ମଞ୍ଚେଷ୍ଟର ଓଲ୍ଡ ଟେଫର୍ଡ ଷ୍ଟାଡିୟମରେ ଆଇସିସି ୱାର୍ଲଡକପ ମ୍ୟାଚ ଖେଳାଯିବ । ମ୍ୟାଚର ଦିନେ ପୂର୍ବରୁ ସୋସିଆଲ ମିଡ଼ିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଉଭୟ ଦଳର ପ୍ରତିନିଧି ପରସ୍ପରକୁ ପରିହାସ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ ଶେଷରେ ଭାରତୀୟ ପ୍ରଶଂସକ ଜିତିଥାନ୍ତି ।
ଏହା ପୂର୍ବରୁ ମଧ୍ୟ ମହା ମୁକାବିଲାକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଛି । ଭାରତରେ ୱାର୍ଲଡକପ୍ ପ୍ରସାରକ ଷ୍ଟାର ସ୍ପୋର୍ଟ୍ସ ଅବ୍ବୁ ଭିଡିଓ ତିଆରି କରିବା ପରେ ପାକିସ୍ତାନ ତରଫରୁ ଜେଜେ ଟିଭି ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପରିହାସ କରି ଏହାର ଜବାବ ଦେଇଥିଲା ।
ଏବେ ୟୁଟ୍ୟୁବରେ ଭି ସେଭେନ ପିକ୍ଚର୍ସର ଏକ ନୂଆ ଭିଡିଓ ଭାଇରାଲ ହୋଇଛି । ଭିଡିଓ ମାଧ୍ୟମରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ୨୦ ଘଣ୍ଟା ପୂର୍ବରୁ ୟୁଟ୍ୟୁବରେ ଜାରି ହୋଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।