scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆ କପ ଇତିହାସରେ ଆଫଗାନିସ୍ତାନ ସହ ଭାରତ ମାତ୍ର ଗୋଟିଏ ମ୍ୟାଚ ଖେଳିଛି ଅତୀତରେ : ଜାଣନ୍ତୁ କଣ ଥିଲା ପରିଣାମ

25/09/2018 at 1:46 PM

ଦିଲ୍ଲୀ ୨୫/୯ : ଏସିଆ କପର ସୁପର ଫୋର ପର୍ଯ୍ୟାୟରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେଉଛି | ତେବେ ଏସିଆ କପ ଇତିହାସରେ ଅତୀତରେ ମାତ୍ର ଗୋଟିଏ ଏକ ଦିବସୀୟ ମ୍ୟାଚ ଭାରତ- ଆଫଗାନିସ୍ତାନ ମଧ୍ୟରେ ହୋଇଛି | ୨୦୧୪ ମସିହାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟୀ ହୋଇଥିଲା | ମ୍ୟାଚ ବାଂଲାଦେଶର ଢାକା ଠାରେ ଖେଳାଯାଇଥିଲା | ମ୍ୟାଚରେ ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ |
ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ଫିଲଡିଂ କରିଥିଲା | ଭାରତର ଏହି ନିଷ୍ପତ୍ତି ଠିକ ଥିଲା | ଆଫ୍ଗାନ ଦଳକୁ ୪୫.୨ ଓଭରରେ ଭାରତ ଅଲଆଉଟ କରିଦେଇଥିଲା | ଆଫଗାନିସ୍ତାନ ମାତ୍ର ୧୫୯ ରନ କରିଥିଲା | ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନୀ ଆଫ୍ଗାନ ବ୍ୟାଟ୍ସମ୍ୟାନ ମାନଙ୍କୁ ବ୍ୟାଟ ଚଳାଇବାର ସୁଯୋଗ ହିଁ ଦେଇନଥିଲେ | ଆଫଗାନିସ୍ତାନ ପାଇଁ ସର୍ବାଧିକ ରନ କରିଥିଲେ ଶାମିଭଲଲା ଶେନବାରି | ସେ ୭୦ ଟି ବଲରୁ ୫୦ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ | ଦ୍ଵିତୀୟ ସର୍ବାଧିକ ରନ ସଂଗ୍ରହ କରିଥିଲେ ନୁର ଅଲ୍ଲୀ | ସେ ୩୧ ରନ କରିଥିଲେ | ଏହି ମ୍ୟାଚରେ ମହମ୍ମଦ ଶାହାଜାଦ ୨୨ ରନ କରିବାକୁ ସକ୍ଷମ ହୋଇଥିଲେ |
ବାରଟା ପକ୍ଷରୁ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚରେ ୧୦ ଓଭରରେ ୩୦ ରନ ଦେଇ ୪ଟି ଉଇକେଟ ହାସଲ କରିଥିଲେ | ଆର. ଅଶ୍ୱିନୀ ୧୦ ଓଭରରେ ୩୧ ରନ ଦେଇ ୩ଟି ଉଇକେଟ ହାତେଇଥିଲେ | ମହମ୍ମଦ ସାମୀ ଏବଂ ଅମିତ ମିତ୍ର ଗୋଟିଏ ଉଇକେଟ ହାସଲ କରିଥିଲେ | ଏହି ମ୍ୟାଚରେ ସ୍ପିନରମାନଙ୍କ ଦବଦବା ରହିଥିଲା | ସ୍ପିନରମାନେ ୮ଟି ଉଇକେଟ ହାସଲ କରିଥିଲେ |
୧୬୦ ରନର ଲକ୍ଷ୍ୟ ନେଇ ଭାରତ ଓପନିଂ ବ୍ୟାଟ୍ସମ୍ୟାନ ଅମିତ ଜାଡେଜା ଏବଂ ଶିଖର ଧାୱନ ମୈଦାନକୁ ଓହ୍ଲାଇଥିଲେ | ଓପନିଂ ଯୋଡି ଆକର୍ଷଣୀ ପ୍ରଦର୍ଶନ କରିଥିଲେ | ପ୍ରଥମ ଉଇକେଟରେ ଏହି ଯୋଡି ୧୨୧ ରନ ସଂଗ୍ରହ କରିଥିଲେ | ରାହାଣେ ୫୬ ରନ କରିଥିବା ବେଳେ ଧାୱନ ୬୦ ରନ କରିଥିଲେ | ରୋହିତ ଶର୍ମା ୧୮ ରନ କରି ଅପରାଜୟ ଥିବାବେଳେ ଦୀନେଶ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଅପରାଜୟ ଥିଲେ |

   Related Posts