୧୯ ବର୍ଷରୁ କମ ବିଶ୍ଵକପ୍ ଫାଇନାଲ୍: ଭାରତକୁ ୨୫୪ ରନ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | February 11, 2024 IST

ବେନୋନି: ଦକ୍ଷିଣ ଆଫ୍ରିକାର ବେନୋନିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ଵକପ୍‌ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ ଖେଳା ଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଛି। ଷଷ୍ଠ ଥର ଚାମ୍ପିଅନ ହେବା ପାଇଁ ଭାରତ ସମ୍ମୁଖରେ ୨୫୪ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ହରଜାସ ସିଂ ସର୍ବାଧିକ ୫୫ ରନ କରିଥିବା ବେଳେ ହ୍ୟୁଗ ଓ୍ଵିଗବେନ ୪୮ ରନ ଏବଂ ଓଲିଭ ପିକ୍ ୪୬ ରନର ଉଲ୍ଲେଖନୀୟ ଅପରାଜିତ ଇନିଂସ ଖେଳିଛନ୍ତି। ଓପନର  ହ୍ୟାରି ଡିକ୍ସନ ୪୨ ରନ କରିଛନ୍ତି। ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ନମନ ତିଓ୍ଵାରୀ ୨ଟି ଓ୍ଵିକେଟ୍ ନେଇଛନ୍ତି।

wp:heading {"level":4}

Also read- ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌; ସ୍ପେନ୍‌କୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

/wp:heading

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୬ ରନରେ ସାମ କନଷ୍ଟାସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ତେବେ ଡିକ୍ସନ ଓ ହ୍ୟୁଗ ଓ୍ଵିବଗେନ ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୮ ରନ ଯୋଡ଼ି ସ୍ଥିତି ମଜବୁତ କରିଥିଲେ। ଏହିକ୍ରମରେ ଓ୍ଵିବଗେନ ୪୮ ରନ ଓ ଡିକ୍ସନ ୪୨ ରନ କରି ଆଉଟ୍ ହୋଇଥିଲେ। ୯୯ ରନରେ ୩ଟି ଓ୍ଵିକେଟ୍ ହରାଇଥିବା ଅଷ୍ଟ୍ରେଲିଆକୁ ମଧ୍ୟକ୍ରମରେ ହରଜସ ସିଂ ଓ ରିୟାନ ହିକ୍ସ ୩ୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ। ତେବେ ରିୟାନ  ହିକ୍ସ(୨୦)ଙ୍କୁ ଆଉଟ୍ କରି ଏହି ଭାଗିଦାରୀ ଭାଙ୍ଗିଥିଲେ ରାଜ ଲିମ୍ବାନୀ। ହଜରାସ ସିଂ ଦମଦାର ବ୍ୟାଟିଂ କରି ମଧ୍ୟକ୍ରମରେ ୫୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓଲିଭର ପିକ୍ ୪୬ ରନର ଅପରାଜିତ ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନ କରିଥିଲା।

ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩୮ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ନମନ ତିଓ୍ଵାରୀ ୬୩ ରନ ମହଙ୍ଗା ସାବ୍ୟସ୍ତ ହୋଇ ୨ଟି ଓ୍ଵିକେଟ୍ ନେଇଥିଲେ। ସୌମ୍ୟ ପାଣ୍ଡେ ଓ ମୁଶୀର ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.