ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଚୀନର ଯେକୌଣସି ସ୍ଥାନକୁ ଟାର୍ଗେଟ କରିବାର ରଖିଛି କ୍ଷମତା

Published By : Prameya-News7 Bureau | December 15, 2022 IST

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ଅଗ୍ନି-୫ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି । ସଂଧ୍ୟା ୫ଟା ୪୫ମିନିଟରେ ଏହାର ପରୀକ୍ଷଣ ସଫଳତାର ସହ ହୋଇଛି । ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପୂର୍ବରୁ ଅନେକ ଥର ହୋଇସାରିଛି ।

୨୦୧୨ ଏପ୍ରିଲ ୧୯ରେ ଏହାର ପ୍ରଥମ ପରୀକ୍ଷା କରାଯାଇଥିଲା । ଏହା ପରଠୁ ଅନେକ ଥର ଅଗ୍ନି ୫ର ସଫଳ ପରୀକ୍ଷଣ ହୋଇଛି । ଏହା ହେଉଛି ଅନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର । ୫୦୦୦ରୁ ୫,୫୦୦ କି.ମି. ରେଞ୍ଜ ଭିତରେ ଶତ୍ରୁର ମିସାଇଲକୁ ଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ରଖିଛି । ଏହାର ରେଞ୍ଜ ୮ ହଜାର କିଲୋମିଟର ଯାଏଁ ବୋଲି କିଛି ରିପୋର୍ଟରେ ଦାବି କରାଯାଉଛି।

wp:html /wp:html

ଏହା ଅଗ୍ନି ସିରିଜ୍‌ର ସବୁଠୁ ଶକ୍ତିଶାଳୀ ଭର୍ସନ। ଘଣ୍ଟାକୁ ପ୍ରାୟ ୩୦ ହଜାର କି.ମି. ବେଗରେ ଗତି କରିପାରୁଥିବା ଏହି କ୍ଷେପଣାସ୍ତ୍ର ୩ ସ୍ତରୀୟ ଇଞ୍ଜିନ ବିଶିଷ୍ଟ। ଏହି କ୍ଷେପଣାସ୍ତ୍ର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ଧାରଣ କରିପାରିବ। ଏହାର ଓଜନ ୫୦ ହଜାର କି.ଗ୍ରା.। ଏହାର ଚଉଡା ୨ ମିଟର ହୋଇଥିବା ବେଳେ ଉଚ୍ଚତା ୧୭. ୫ ମିଟର । ଏହା ନିକଟରେ ୧୩୬୦ କେଜି ଓଜନର ହତିଆର ନେବାର କ୍ଷମତା ରହିଛି । ଅଗ୍ନି-୫ ମିଶାଇଲ ଚୀନର ଯେକୌଣସି ସ୍ଥାନକୁ ଟାର୍ଗେଟ କରିପାରିବ ।

ଭାରତ ମହାସାଗରରେ ଥିବା ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ-୫ ଗତ ନଭେମ୍ବର ମାସରୁ ଭାରତ ମହାସାଗରରେ ରହିଥିଲା। ଗତ ମଙ୍ଗଳବାର ଏହି ଗୁପ୍ତଚର ଜାହାଜ ଭାରତ ମହାସଗରରୁ ପଛକୁ ହଟିଥିଲା। ଏଥିଯୋଗୁଁ ନଭେମ୍ୱରରେ ହେବାକୁ ଥିବା ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହାର ସଫଳ ପରୀକ୍ଷଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.