ଲଦାଖର ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଫାଇଟର ଏୟାରବେସ୍ ରୂପ ଦେଉଛି ବାୟୁ ସେନା, ବିସ୍ତାରବାଦୀ ଚୀନକୁ ମିଳିବ ମୁହଁତୋଡ ଜବାବ

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ: ଲଦାଖର ନ୍ୟୋମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ବିଶକିତ କରାଯାଉଛି । ଅର୍ଥାତ୍ ଏବେ ଏହାକୁ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରୁ ଏୟାରବେସର ରୂପ ଦିଆଯିବ । ଏଠାରୁ ଏବେ ଲଢୁଆ ବିମାନ ଉଡାଣ ଭରି ପାରିବେ । ଏୟାରବେସ୍ ନିର୍ମାଣ ହେବା ପରେ ରାଫେଲ୍, ସୁଖୋଇ ଏବଂ ତେଜସ ପରି ଲଢୁଆ ବିମାନର ଗର୍ଜନ ଚୀନରେ ମଧ୍ୟ ଶୁଣାଯିବ । ସବୁ କିଛି ଯଦି ନିର୍ଦ୍ଧାରିତ ଯୋଜନା ଅନୁସାରେ ହୁଏ, ତେବେ ଆସନ୍ତା ତିନି ବର୍ଷରେ ଲଦାଖର ଏହି ବେସ୍ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯିବ । ଏଠାରୁ ଚୀନ ସୀମା ମାତ୍ର ୩୫ କିଲୋମିଟର ଦୂରରେ ରହିଛି ।

ପଢନ୍ତୁ: ସୀମାରେ ଚୀନକୁ ମିଳିବ କଡ଼ା ଜବାବ, ଅରୁଣାଚଳରେ ମୁତୟନ ହେବେ ITBPର ୪ ନୂଆ ବାଟାଲିୟାନ

ବର୍ତ୍ତମାନ ସମୟରେ ଲଦାଖରେ ଦୁଇଟି ଏୟାରବେସ୍-ଲେହ ଏବଂ ପରତାପୁର ଅଛି । ଏଠାରୁ ଲଢୁଆ ବିମାନ ପରିଚାଳନା କରିପାରିବେ । କିନ୍ତୁ ଏହି ଏୟାରବେସ୍ ଚୀନ ସୀମାଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ଅନ୍ୟପଟେ ପୂର୍ବ ଲଦାଖରେ ଦୌଲତ ବେଗ ଓଲ୍ଡି, ଫୁକଚେ ଏବଂ ନ୍ୟୋମା ପରି ତିନି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ରହିଛି । ଏଠାରୁ ଚୀନ ସୀମା ଅତି ନିକଟରେ ରହିଛି । ନ୍ୟୋମାରୁ ୩୫, ଫୁକଚେରୁ ୧୪ ଏବଂ ଡିବିଓରୁ ମାତ୍ର ୯ କିଲୋମିଟର ଦୂର । ବର୍ତ୍ତମାନ ସମୟରେ ଏହି ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଉଡାଣ ଏବଂ ଅବତରଣ କରୁଛନ୍ତି । ସି ୧୩୦ରୁ ଆରମ୍ଭ କରି ସି ୧୭ ଏୟାରକ୍ରାଫ୍ଟ ଏବଂ ଚିନୁକ ଏବଂ ଅପାଚେ ହେଲିକପ୍ଟର ଆବଶ୍ୟକସ୍ଥଳେ ସମସ୍ତ ଅପରେସନ ପାଇଁ ପ୍ରସ୍ତୁତ ରହିଥାନ୍ତି ।

ଚୀନ ସହ ଲାଗି ରହିଥିବା ସୀମା ନିକଟରେ ଏହି ଲ୍ୟାଣ୍ଡିଂ ଗ୍ରାଉଣ୍ଡର ଉପସ୍ଥିତି ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଏପ୍ରିଲରେ ଚନୀ ସହ ଭାରତର ସଂଘର୍ଷ ହୋଇଥିଲା । ଏହାପରଠୁ ସୀମାରେ ସୈନ୍ୟ ମୁତୟନ କ୍ଷେତ୍ରରେ ବାୟୁ ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଚାପ ଯୋଗୁଁ ହିଁ ଚୀନା ସେନାର ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲା ।

Also Read: ଚୀନ ସହ ମୁକାବିଲା ପାଇଁ ତାଇୱାନର ପ୍ରସ୍ତୁତି ! ପ୍ରତିରକ୍ଷା ବଜେଟ୍‌କୁ ୩.୫ ପ୍ରତିଶତ ବଢାଇଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.