ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଡିସେମ୍ବରରେ ବାଂଲାଦେଶ ଗସ୍ତ କରିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 20, 2022 IST

ମୁମ୍ବାଇ: ଦୁଇଟି ଟେଷ୍ଟ ଓ ତିନୋଟି ଦିନିକିଆ ସିରିଜ୍ ଖେଳିବା ପାଇଁ ଡିସେମ୍ବରରେ ବାଂଲାଦେଶ ଗସ୍ତ କରିବ ଭାରତ। ଏନେଇ ଗୁରୁବାର ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ପକ୍ଷରୁ ଘୋଷଣା କରାଯାଇଛି।

ବିସିବି ଘୋଷଣା ଅନୁସାରେ, ଢାକାର ମୀରପୁର ଷ୍ଟାଡିୟମରେ ୩ଟି ଯାକ ଦିନିକିଆ ମ୍ୟାଚ୍ ଖେଳାଯିବା।  ଡିସେମ୍ବର ୪, ୭ ଓ ୧୦ ତାରିଖରେ ମ୍ୟାଚ୍ ଖେଳାଯିବ। ପରେ ଚତ୍ତୋଗ୍ରାମ ୧୪-୧୮ ତାରିଖରେ ପ୍ରଥମ ଟେଷ୍ଟ ଖେଳାଯିବ। ପୁଣି ଡିସେମ୍ବର ୨୨-୨୬ ତାରିଖରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳିବା ପାଇଁ ଟିମ୍ ଇଣ୍ଡିଆ ପୁଣି ଢାକାକୁ ଫେରିବ ବୋଲି ବିସିବି କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ ନଜମୁଲ ହସନ ସୂଚନା ଦେଇଛନ୍ତି।  

ମ୍ୟାଚ୍ ବିଷୟରେ ସୂଚନା ଦେଇ ହସନ କହିଛନ୍ତି “ନିକଟରେ ଭାରତ-ବାଂଲାଦେଶ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଉଭୟ ଦେଶର ଫ୍ୟାନ୍‌ ଅତି ଆଗ୍ରହର ସହ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି। ତେବେ ଖେଳ ସାରଣୀ ସନୁଶ୍ଚିତ କରିବା ପାଇଁ ବିସିସିଆଇ ବିସିବି ସହିତ ମିଶି କାମ କରୁଛି।”

ସୂଚନା ଥାଉକି ବାଂଲାଦେଶରେ ଭାରତ ଖେଳିବାକୁ ଥିବା ଦୁଇଟି ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ସିପ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ତାଲିକାର ପ୍ରକାଶ ପାଇଥିବା ଶେଷ ସଂସ୍କରଣ ଭାରତର ସ୍ଥାନ ୪ ନମ୍ବରରେ ରହିଥିଲା। ଯଦି ବାଂଲାଦେଶ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରେ ତେବେ ତାଲିକାରେ ଭାରତର ସ୍ଥାନ ସୁଧୁରିପାରେ।

ତେତେବେ ୨୦୨୩ ଫେବ୍ରୁଆରୀ ଓ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ। ଆଉ ଏହା ୨୦୨୧-୨୩ ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ୍ ପୂର୍ବରୁ ଏହା ଶେଷ ସିରିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.