Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆଫଗାନିସ୍ତାନକୁ ୨୦ ହଜାର ଟନ୍ ଗହମ ପଠାଇବ ଭାରତ

9/03/2023 at 11:41 AM

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ୨୦ ହଜାର ଟନ ଗହମ ପଠାଇବ ଭାରତ। ଇରାନର ଚାବାହର ପୋର୍ଟ ଦେଇ ଏହି ଗହମ ରପ୍ତାନୀ କରାଯିବ। ବର୍ତ୍ତମାନ ଆଫଗାନିସ୍ତାନରେ ଦେଖାଦେଇଥିବା ପରିସ୍ଥିତିକୁ ଦେଖି ମାନବିକତାରେ ଦୃଷ୍ଟିରୁ ଏହି ଗହମ ରପ୍ତାନୀ କରାଯିବ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି।

ମଙ୍ଗଳବାର ଦିଲ୍ଲୀରେ ଭାରତ ସହ ସେଣ୍ଟ୍ରାଲ ଏସିଆ ଜଏଣ୍ଟ ୱାର୍କିଂ କମିଟି(JWC) ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଭାରତ ଆଫଗାନିସ୍ତାନରେ ବର୍ତ୍ତମାନର ରାଜନୈତିକ ସ୍ଥିତି, ସୁରକ୍ଷା ଓ ସୃଷ୍ଟି ହୋଇଥିବା ମାନବିକ ପରିସ୍ଥିତିକୁ ନେଇ ଅନ୍ୟ ସେଣ୍ଟ୍ରାଲ୍ ଏସିଆ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିଥିଲା। ଆଲୋଚନା ପରେ ହିଁ ଭାରତ ଆଫଗାନିସ୍ତାନକୁ ୨୦ ହଜାର ଟନ୍ ଗହମ ପଠାଇବାକୁ ସହମତି ପ୍ରକାଶ କରିଛି।

ଏହି ବୈଠକରେ ଆଫଗାନିସ୍ତନରେ ସ୍ଥିର ସରକାର ଆଣିବା ସହ ମହିଳାଙ୍କ ସମେତ ସମସ୍ତ ଆଫଗାନ ନାଗରିକଙ୍କୁ ସମାନ ଅଧିକାର ମିଳିବା ନେଇ ମଧ୍ୟ ଆଲୋଚନା ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସମସ୍ତ ମୌଳିକ ଅଧିକାର ସମାନ ଭାବେ ଦିଆଯିବା ନେଇ ବୈଠକରେ ଅନ୍ୟ ଦେଶ ସହ ଆଲୋଚନା କରିଥିଲା ଭାରତ।

ଏହି ବୈଠକରେ ଭାରତ ଓ ମିଳିତ ଜାତିସଂଘ ଅଫିସ ଡ୍ରଗ୍ସ ଆଣ୍ଡ କ୍ରାଇମ୍ ମିଳିତ ଭାବେ ଡ୍ରଗ୍ସ ଚାଲାଣକୁ ରୋକିବା ଓ ଡ୍ରଗ୍ସ ଅଭ୍ୟସ୍ତ ଆଫଗାନ ଲୋକଙ୍କୁ ସେଥିରୁ ମୁକୁଳାଇବା ଦିଗରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ମହିଳାମାନଙ୍କ ଜୀବିକାର ବିକାଶ କ୍ଷେତ୍ରରେ ସହଯୋଗ ଯୋଗାଇ ଦେବାକୁ ଭାରତ ଓ ଜାତିସଂଘ ରାଜି ହୋଇଛନ୍ତି।


   Related Posts