ଭାରତରେ ବର୍ଷକୁ ୧୦ କୋଟି ସ୍ପୁଟନିକ୍-ଭି ଭ୍ୟାକସିନ୍ ତିଆରି କରିବ ହାଇଦରାବାଦର ହେଟେରୋ ଲ୍ୟାବ୍ସ୍

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧ : ରଷିଆ ଭ୍ୟାକସିନ ସ୍ପୁଟନିକ-ଭି କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହାଇଦରାବାଦର ଫାର୍ମା କମ୍ପାନୀ ହେଟେରୋ ଲ୍ୟାବ୍ସ୍ ୧୦ କୋଟି ସ୍ପୁଟନିକ୍-ଭି ଭ୍ୟାକସିନ୍ ତିଆରି କରିବା ପାଇଁ ଲକ୍ଷ ରଖିଛି । ୨୦୨୧ରୁ ଭାରତରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ ରଖିଛି ଏହି ଫାର୍ମା କମ୍ପାନୀ । ଏ ନେଇ ଶୁକ୍ରବାର ଘୋଷଣା କରିଛି ‘ରଷିଆନ୍ ଡାଇରେକ୍ଟ ଇନଭେସ୍ଟମେଣ୍ଟ୍ ଫଣ୍ଡ୍’ । ରୁଷ ସଂପ୍ରଭୁ ଧନ କୋଷ ଏବଂ ଭାରତର ଫାର୍ମା କମ୍ପାନୀ ହେଟେରୋ ଲ୍ୟାବ୍ସ୍ ମିଳିତ ଭାବେ ବର୍ଷକୁ ୧୦ କୋଟି ଭ୍ୟାକସିନ୍ ତିଆରି କରିବାକୁ ଲକ୍ଷ ରଖିଛନ୍ତି ।

{"id":368630,"width":575,"height":338,"sizeSlug":"large"}

ପୂର୍ବରୁ ରୁଷ କହିଛି ଯେ, ସ୍ପୁଟନିକ୍-ଭି ଭ୍ୟାକସିନ୍ ୯୫ ପ୍ରତିଶତ କାର୍ଯ୍ୟକାରୀ ଏବଂ ଏହାର ଗୋଟିଏ ଡୋଜର ଦାମ ୧୦ ଡଲାର (ଭାରତୀୟ ମୁଦ୍ରାରେ ୭୫୦ଟଙ୍କା) । ଏହାକୁ ଷ୍ଟୋର କରି ରଖିବା ପାଇଁ ଅତ୍ୟଧିକ ଥଣ୍ଡା ଶୀତଳ ଭଣ୍ଡାର ଆବଶ୍ୟକ । ସ୍ପୁଟନିକ୍-ଭି ର ଟ୍ବିଟର ଆକାଉଣ୍ଟରେ ଜାରି ବୟାନରେ କୁହାଯାଇଛି ଯେ, ଭ୍ୟାକସିନର ସମର୍ଥନ ଏବଂ ବଜାରୀକରଣ ପାଇଁ ହେଟେରୋ ଲ୍ୟାବ୍ସ୍ ସହ ଚୁକ୍ତି କରାଯାଇଛି ଏବଂ ୨୦୨୧ ରୁ ସ୍ପୁଟନିକ୍-ଭି ର ଉତ୍ପାଦନ ଆରମ୍ଭ କରାଯିବ । ତେବେ ଭାରତରେ ସ୍ପୁଟନିକ୍-ଭି ର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି ।

{"id":368631,"sizeSlug":"large"}

ତେବେ ବର୍ତ୍ତମାନ ଭ୍ୟାକସିନର ତୃତୀୟ ପର୍ଯ୍ୟାୟର ଟ୍ରାଏଲ ବେଲାରୁଷ, ୟୁଏଇ, ବେନଜୁଏଲା ଏବଂ ଅନ୍ୟ ଦେଶମାନଙ୍କରେ ଚାଲୁ ରହିଛି । ଭାରତର ରେଟ୍ରିଜ୍ ଲାବ୍ରୋଟୋରୀରେ ଏହାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ଡାକ୍ତର ରେଟ୍ରିଜ୍ ଲାବ୍ରୋଟୋରୀ ଲିମିଟେଡ୍ କହିଛି ଯେ, ୨୦୨୧ ମାର୍ଚ୍ଚ ସୁଦ୍ଧା ଦେଶରେ ଶେଷ ପର୍ଯ୍ୟାୟ ଟ୍ରାଏଲ ପୂରା କରାଯିବ । ତେବେ ୨୦୨୧ ଜାନୁୟାରୀରେ ଦେଶରେ ସ୍ପୁଟନିକ୍-ଭି ର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଯିବ । ରୁଷବାସୀଙ୍କୁ ସ୍ପୁଟନିକ୍-ଭି ଭ୍ୟାକସିନ୍ ମାଗଣାରେ ଦିଆଯିବ ବୋଲି ଘୋଷଣା କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.