‘ଶତ୍ରୁର ଶତ୍ରୁ ମିତ୍ର’, ଚୀନ ସହ ତିକ୍ତତା ମଧ୍ୟରେ ଭାରତକୁ ନେଇ ଆମେରିକା ନୌସେନା ମୁଖ୍ୟଙ୍କ ବଡ ବୟାନ

Published By : Prameya-News7 Bureau | August 27, 2022 IST

ନୂଆଦିଲ୍ଲୀ: ଏକ ଲୋକ କଥା ରହିଛି 'ଶତ୍ରୁର ଶତ୍ରୁ ମିତ୍ର' । ଚୀନ ସହ ସମ୍ପର୍କ ଅଧିକ ଖରାପ ହେବା ଭିତରେ ଆମେରିକା ଏବେ ଭାରତକୁ କିଛି ଏପରି ଭୂମିକାରେ ଦେଖୁଛି । ଆମେରିକା ନୌସେନାର ଅପରେଶନାଲ ହେଡ୍ ଆଡନିରାଲ ମାଇକ ଗିଲ୍ଡେଙ୍କ ଏକ ବୟାନରୁ ଏହା ପ୍ରମାଣିତ ହେଉଛି । ଆମେରିକା ନୌସେନାର ବଡ଼ ଅଧିକାରୀ ମାଇକ ଗିଲ୍ଡେ କହିଛନ୍ତି, ଭବିଷ୍ୟତରେ ଚୀନକୁ କାଉଣ୍ଟର କରିବାରେ ଭାରତ ଆମେରିକାର ଏକ ବଡ଼ ସହଯୋଗୀ ହେବ। ୱାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗିଲ୍ଡେ ଏହି ବୟାନ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ଅଧିକ ଘନିଭୂତ ହୋଇଛି । ପ୍ରଥମେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି ଏବଂ ପରେ ଆମେରିକା କଂଗ୍ରେସର ସାଂସଦ ତାଇୱାନ ଗସ୍ତ କରିଥିଲେ । ଚୀନକୁ ଏହାକୁ ନେଇ କଡା ଅପତ୍ତି ଉଠାଇଥିଲା । ଏହାସହ ଏହାକୁ ନିଜ ସାର୍ବଭୌମତ୍ୱ ପ୍ରତି ବିପଦ କହି ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାର ଚେତାବନୀ ଦେଇଥିଲା।

ଆମେରିକା ନୌସେନାର ଶୀର୍ଷ ଅଧିକାରୀ ମାଇକ ଗିଲ୍ଡେ କହିଛନ୍ତି, ଚୀନକୁ ଅଟକାଇବା ପାଇଁ ଜାପାନ ଏବଂ ଭାରତ ରୂପରେ ଦୁଇ ପ୍ରତରୋଧ ଅଛନ୍ତି । ସେ କହିଛନ୍ତି, ଯଦି ତାଇୱନକୁ ନେଇ ଚୀନ ମନ୍ଦ ଉଦ୍ଦେଶ୍ୟ ରଖେ ତେବେ ଭାରତ ଏବଂ ଜାପାନ ତାକୁ ବିରୋଧ କରିବାରେ ବଡ଼ ଭୂମିକା ଗ୍ରହଣ କରିବେ । ମାଇକ ଗିଲ୍ଡେ ଭାରତକୁ ପ୍ରଶଂସା କରି କହିଛନ୍ତି, 'ମୁଁ ଅନ୍ୟ କୌଣସି ଦେଶ ତୁଳନାରେ ଅଧିକ ଥର ଭାରତ ଯାଇଛି । ଏହି କାରଣରୁ ମୋର ବିଶ୍ୱାସ ଭବିଷ୍ୟତରେ ଭାରତ ଆମ ପାଇଁ ଏକ ବଡ଼ ରଣନୈତିକ ସହଯୋଗୀ ହେବ। ଏହାସହ ଭାରତ ଏବଂ ଚୀନ ସୀମାରେ ସ୍ଥିତି ସାମାନ୍ୟ ନାହିଁ ଏବଂ ଏହା ରଣନୈତିକ ଦୃଷ୍ଟିରୁ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.