ଚୀନ୍ ଉପରେ ଆକାଶମାର୍ଗରୁ ନଜର ରଖିବ ବାୟୁସେନା, ଇସ୍ରାଏଲ୍ ଠାରୁ ୨ଟି AWACS ବିମାନ କିଣିବ ଭାରତ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୦୮:  ଲଦାଖରେ ଚୀନ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ବାୟୁସେନାକୁ ଆହୁରି ଶକ୍ତିଶାଳି କରୁଛି ଭାରତ । ନିକଟରେ ଫ୍ରାନ୍ସରୁ କିଣାହୋଇଥିବା ରାଫେଲକୁ ବାୟୁସେନାରେ ସାମିଲ କରିବା ପରେ ଏବେ ଇସ୍ରାଏଲରୁ ଆଉ ଦୁଇଟି ଫାଲକନ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ AWACS ବିମାନ କିଣିବ ଭାରତ । ଯାହାକୁ ଆଗାମୀ ଦିନରେ ବାୟୁସେନାରେ ସାମିଲ କରାଯିବ । ଏନେଇ ଇସ୍ରାଏଲ ସହିତ ୧ ବିଲିୟନ ଡଲାରର ଚୁକ୍ତି କରିବ ଭାରତ।

ତେବେ ଏହି ବିମାନ କିଣିବା ପାଇଁ ଭାରତ ପୂର୍ବରୁ ଅନେକ ଥର ଚେଷ୍ଟା କରିଛି ତେବେ ଅଧିକ ଦାମ ଖର୍ଚ୍ଚ ଯୋଗୁ ଏହାକୁ ଦୁଇ ଥର ସ୍ଥଗିତ କରାଯାଇଥିଲା। ଆନ୍ତଃମନ୍ତ୍ରଣାଳୟ ସ୍ତରରେ ବିସ୍ତୃତ ଆଲୋଚନା ପରେ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଏନେଇ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। ପୂର୍ବରୁ ଭାରତ ଇସ୍ରାଏଲଠାରୁ ୨୦୦୯-୨୦୧୧ରେ ତିନିଟି ଫାଲକନ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ AWACS  ବିମାନ କିଣିଥିଲା।  ଏହାକୁ ବାୟୁସେନାରେ ସାମିଲ କରାଯାଇଥିଲା। ଏବେ ଆଉ ଦୁଇଟି କିଣାଯିବାକୁ ଥିବା ଫାଲକନ ଆଇ ଇନ ଦି ସ୍କାଇ ବିମାନ ଇସ୍ରାଏଲରୁ ୩ ରୁ ୪ ବର୍ଷ ଭିତରେ ଭାରତ ପହଞ୍ଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.