ଅଣ୍ଡାମାନ ଦ୍ୱୀପପୁଞ୍ଜର ନୂଆ ନାମକରଣ: ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ହେବ ୨୧ ଦ୍ୱୀପର ନାଁ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ଆଣ୍ଡାମାନ ଦ୍ୱୀପପୂଞ୍ଜରେ ନାମକରଣ ହୋଇନଥିବା ୨୧ଟି ଦ୍ୱୀପର ନୂଆ ନାମକରଣ ହେବ। ଏହି ଦ୍ୱୀପଗୁଡ଼ିକର ନାଁ ଦେଶର ୨୧ ଜଣ ପରମବୀର ଚକ୍ର ବିଜେତା ଯବାନଙ୍କ ନାଁରେ ନାମିତ କରାଯିବ। ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଭାଗ ନେଇ ସୁଭାଷଚନ୍ଦ୍ର ବୋଷ ଦ୍ୱିପ(ରୋସ୍ ଆଇସ୍‌ଲାଣ୍ଡ)ରେ ନିର୍ମାଣ ହୋଇଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀର ଉଦ୍‌ଘାଟନ କରିବେ।

ନେତାଜୀଙ୍କ ଜନ୍ମ ବାର୍ଷୀକିକୁ ଦେଶର ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଆସନ୍ତାକାଲି ପରାକ୍ରମ ଦିବସରେ ଅବସରରେ ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ମୋଦୀ ଏହି ନାମକରଣ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହା ପୂର୍ବରୁ ନେତାଜୀ ସୁଭାଷ ବୋଷଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଣ୍ଡାମାନ ଦ୍ୱୀପପୁଞ୍ଜର ଏକ ଦ୍ୱୀପର ନାଁ ବଦଳାଇ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ କରିଦିଆଯାଇଥିଲା ସେହିପରି ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଲେ ନୀଳ ଦ୍ୱୀପ ଓ ହେବଲକ ଦ୍ୱୀପର ନାଁ ବଦଳାଇ ଯଥାକ୍ରମେ ଶହୀଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ କରିଦିଆଯାଇଥିଲା।    

ପ୍ରଥମ ବିଜେତାଙ୍କ ନାଁରେ ହେବ ସବୁଠାରୁ ବଡ଼ ଦ୍ୱୀପର ନାମକରଣ

ମିଳିଥିବା ଖବର ଅନୁସାରେ ଦେଶର ବୀର ଯବାନଙ୍କୁ ଉଚିତ ସମାନ ଦେବାର ମହତ୍ୱ ଉଦ୍ଦେଶ୍ୟ ନେଇ ସେମାନଙ୍କର ନାଁରେ ଦ୍ୱୀପଗୁଡିକର ନାମକରଣ କରାଯିବ। ୨୧ ଦ୍ୱୀପର ନାଁ ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମକରଣ କରାଯିବ। ତେବେ ପ୍ରଥମେ ପରମବୀର ଚକ୍ରରେ ସାମ୍ମାନିତ ହୋଇଥିବା ବୀରଙ୍କ ନାଁରେ ସବୁଠାରୁ ବଡ଼ ଦ୍ୱୀପର ନାମକରଣ କରାଯିବ। ସେହିପରି ଦ୍ୱିତୀୟରେ ପାଇଥିବା ବୀରଙ୍କ ନାଁରେ ଦ୍ୱିତୀୟ ବଡ଼ ଦ୍ୱୀପର ନାମ ଏହିପରି ଭାବରେ ଦ୍ୱୀପଗୁଡ଼ିକର ନାମକରଣ କରାଯିବ ବୋଲି ସୂଚନା ମିଳିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.