'ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍' ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ: ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ସାମିଲ ହେବେ ୧୨୫ ଦେଶ

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଛି 'ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍' ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ବିଶ୍ୱ ବିକାଶ ପାଇଁ ଆହ୍ୱାନ ତଥା ବିଶ୍ୱସ୍ତରୀୟ ଶୃଙ୍ଖଳାକୁ ସୁନିଶ୍ଚିତ କରିବାର ଉପାୟ ଉପରେ ଧ୍ୟାନ ଦିଆଯିବ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ। ଭର୍ଚୁଆଲି ମାଧ୍ୟମରେ ୧୨୫ ଦେଶ ଯୋଗଦେବେ।

ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ବାଣିଜ୍ୟ, ଶକ୍ତି ଏବଂ ଜଳବାୟୁ ଫାଇନାନ୍ସ ଭଳି ବିଭିନ୍ନ ପ୍ରମୁଖ କ୍ଷେତ୍ରକୁ ନେଇ  ୧୦ଟି ଅଧିବେଶନକୁ ନେଇ ଆଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।

ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ନେତାଙ୍କ ଉଦ୍‌ଘାଟନୀ ଅଧିବେଶନର ବିଷୟବସ୍ତୁ “ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକତା, ସମସ୍ତଙ୍କ ଆତ୍ମବିଶ୍ୱାସ ସହିତ” ହେବ ଏବଂ ସମାପ୍ତ ଅଧିବେଶନର ବିଷୟବସ୍ତୁ “ଗ୍ଲୋବାଲ୍ ସାଉଥ୍: ଗୋଟିଏ ଭବିଷ୍ୟତ ପାଇଁ ସଭିଏଁ ଏକ” ରହିଛି। ଜାନୁୟାରୀ ୧୨ ଏବଂ ୧୩ ରେ ଭାରତ 'ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍' ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା।

ଏହି ପଦକ୍ଷେପରେ ଗ୍ଲୋବାଲ ସାଉଥରୁ ୧୨୫ଟି ଦେଶକୁ ଏକତ୍ରିତ କରିଥିଲା ​​ଏବଂ ଶିଖର ସମ୍ମିଳନୀରେ ସେମାନଙ୍କର ଦୃଷ୍ଟିକୋଣ ସେୟାର କରିଥିଲ।​ ଜି -20 ର ଅଧ୍ୟକ୍ଷତାରେ ଭାରତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଛି। ଏଥିରେ ମଧ୍ୟ ଗ୍ଲୋବାଲ ସାଉଥର ଚିନ୍ତାଧାରାକୁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜଗୁଡିକର ସମାଧାନ ଖୋଜିବାରେ ଗ୍ଲୋବାଲ୍ ସାଉଥକୁ ସମର୍ଥନ କରିବା ପାଇଁ କାର୍ଯ୍ୟ କରୁଛି ଭାରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.