T20 World Cup 2022: ୱାର୍ମ ଅପ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଭେଟିବ ଭାରତ
8/09/2022 at 7:59 PM

ନୂଆଦିଲ୍ଲୀ: ଟି-୨୦ କପ୍କୁ ଆଉ ପ୍ରାୟ ମାସେ ସମୟ ରହିଲା। ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେବ ମହା ଲଢ଼େଇ। ହେଲେ ତା ପୂର୍ବରୁ ଟିମ୍ଗୁଡ଼ିକ ୱାର୍ମଅପ୍ ମ୍ୟାଚ୍ ଖେଳିବେ। ଏନେଇ ଆଜି(୮ ସେପ୍ଟେମ୍ବର) ମ୍ୟାଚ୍ଗୁଡ଼ିକର ବିବରଣୀ ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ(ICC)। ବିଶ୍ୱକପ୍ରେ ଭାରତ ପ୍ରଥମ ମ୍ୟାଚ୍ ପାକିସ୍ତାନ ସହ ଖେଳିବ। ଅକ୍ଟୋବର ୨୩ ତାରିଖରେ ଏହି ମହାମୁକାବିଲା ହେବ। ତେବେ ତା ପୂର୍ବରୁ ଟିମ୍ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରାଲିଆ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ ବୋଲି ଆଇସିସି ତାଲିକା ପ୍ରକାଶ କରିଛି।
ଭାରତ ଗାବ୍ବା ଓ ବ୍ରିସ୍ବେନରେ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ୧୭ରେ ଅଷ୍ଟ୍ରେଲିଆ ସହ ଏବଂ ନ୍ୟୁଜିଲ୍ୟାଣ୍ଡ ସହ ଅକ୍ଟୋବର ୧୯ ତାରିଖରେ ୱାର୍ମଅପ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଅକ୍ଟୋବର ୧୦ ତାରିଖରୁ ୱାର୍ମ ଅପ ମ୍ୟାଚ୍ ଆରମ୍ବ ହେବାକୁ ଥିବା ବେଳେ ସୁପର ୧୨ ଟିମ୍ ଅକ୍ଟୋବର ୧୭ ଓ ୧୯ରୁ ମ୍ୟାଚ୍ ଖେଳିବେ। ପ୍ରଥମ ରାଉଣ୍ଡ ଟିମ୍- ୱେଷ୍ଟ ଇଣ୍ଡିଜ୍, ଶ୍ରୀଲଙ୍କା ଅକ୍ଟୋବର ୧୦ ଓ ୧୩ରେ ୱାର୍ମଅପ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ ବ୍ରିସ୍ବେନ୍ ଓ ମେଲବର୍ଣ୍ଣରେ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ।