ନୂଆଦିଲ୍ଲୀ: ପାଖାପାଖି ୧୦ ବର୍ଷ ପରେ ଭାରତ ସରକାର ଗତ ସପ୍ତାହରେ ଘରୋଇ ଖର୍ଚ୍ଚ(ହାଉସ୍ହୋଲ୍ଡ କଞ୍ଜପସନ ଏକ୍ସପେଣ୍ଡିଚର ସର୍ଭେ) ଜାରି କରିଥିଲେ। ଯେଉଁଥିରୁ ସହରାଞ୍ଚ ଓ ଗ୍ରାମାଞ୍ଚଳରେ ଦେଶରେ ପ୍ରତିବ୍ୟକ୍ତି ପିଛା ଖର୍ଚ୍ଚ ଜଣା ପଡ଼ିଥିଲା। ଏବେ ଶୁଣିବାକୁ ମିଳୁଛି ଯେ ସରକାର ପୁଣିଥରେ ସର୍ଭେ କରାଇପାରନ୍ତି।
ଯେଉଁଥିରେ ରିଟେଲର୍ସର ଆଇଟମ୍ସ ଓ ବ୍ରାଣ୍ଡ୍ର ସର୍ଭେ କରାଯିବ। ଏଥିରୁ ଘରୋଇ ଖର୍ଚ୍ଚର ପ୍ରକୃତ ସ୍ଥିତି ଜଣାପଡ଼ିବ। ଏଥିସହିତ ଖୁଚୁରା ମହଙ୍ଗା ଦର ଠିକ୍ ଭାବରେ ଜଣାପଡ଼ିବ। ରୟଟର୍ସର ଖବର ଅନୁସାରେ, ଗତ ସପ୍ତାହରେ ସରକାର ୨୦୨୨-୨୩ର ଘରୋଇ ଖର୍ଚ୍ଚର ସର୍ଭେ ରିପୋର୍ଟ ଜାରି କରିଥିଲେ।
ଏହି ସର୍ଭେ ରିପୋର୍ଟ ଅନୁସାରେ, ଘରୋଇ ଖର୍ଚ୍ଚରେ ଫୁଡ୍ ଆଇଟମ୍ସ ଉପରେ ଖର୍ଚ୍ଚ ପରିମାଣ କମ୍ ରହିଛି। ହେଲେ ନୂଆ ସର୍ଭେରେ କଞ୍ଜ୍ୟୁର ପ୍ରାଇସ ଇନ୍ଫ୍ଲେସନ ମାପିବା ଓ ଖାଦ୍ୟପଦାର୍ଥର ୱେଟେଜ୍କୁ ହ୍ରାସ କରିବାରେ ସହଯୋଗ ମିଳିବ। ଏହାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମନିଟାରି ପଲିସ ପ୍ରସ୍ତୁତ କରିବାରେ ମଧ୍ୟ ସହଯୋଗ ମିଳିବ।
ପଢ଼ନ୍ତୁ- ମାସିକ ମୁଣ୍ଡ ପିଛା ଖର୍ଚ୍ଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ; ଖଡ଼ଗେ କହିଲେ- ଇଲେକ୍ସନ ଷ୍ଟଣ୍ଟ୍
ପରିସଂଖ୍ୟାନ ମନ୍ତ୍ରଣାଳୟର ପ୍ୟାନେଲର ମୁଖ୍ୟ ପ୍ରଣବ ସେନ କହିଛନ୍ତି ଯେ ସରକାର ୨୦୨୩-୨୪ର ନୂଆ ଘରୋଇ ଖର୍ଚ୍ଚ ବ୍ୟୟ ସର୍ବେକ୍ଷଣ କରିବେ। ଯାହା ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ ହେବ। ଯାହାଦ୍ୱାରା କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇଣ୍ଡେକ୍ସରେ ପରିବର୍ତ୍ତନ କରାଯାଇପାରିବ।
୨୦୨୨-୨୩ ସର୍ଭେର ରିପୋର୍ଟକୁ ଆଧାର କରି ଶ୍ରୀ ସେନ୍ କହିଛନ୍ତି ଯେ ଲୋକ ଏବେ ଶସ୍ୟ ଉପରେ କମ ଖର୍ଚ୍ଚ କରି ପ୍ରୋସେସ୍ଡ ଫୁଡ୍, କପଡ଼ା, ସ୍ୱାସ୍ଥ୍ୟ ସେବା ଓ କଞ୍ଜ୍ୟୁମର ଡ୍ୟୁରେବଲ୍ ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି।
ପ୍ରଣବ ସେନ୍ କହିଛନ୍ତି ଯେ ସିପିଆଇ ଇଣ୍ଡେକ୍ସରେ ନୂଆ ଆଇଟମ୍ ଅନ୍ତର୍ଭୂକ୍ତ କରିବା ପୂର୍ବରୁ ଖୁଚୁରା ବଜାର ସର୍ଭେ ଆବଶ୍ୟକ ପଡ଼ିବ। ଏହି ସର୍ଭେ ୫ ରୁ ୬ ମାସ ନେଇପାରେ। ଖୁଚୁରା ମୁଦ୍ରାସ୍ଫୀତି ମାପିବା ପାଇଁ ମୂଳ ବର୍ଷରେ ପରିବର୍ତ୍ତନ କେବଳ ଆସନ୍ତା ବର୍ଷ ସମ୍ଭବ ବୋଲି ସେ କହିଛନ୍ତି।