ଆମେରିକା ଠାରୁ MQ-9 ଡ୍ରୋନ୍ କିଣିବ ଭାରତ, ମିଳିଲା ରକ୍ଷା ମନ୍ତ୍ରାଳୟର ମଞ୍ଜୁରୀ
15/06/2023 at 5:41 PM

ନୂଆଦିଲ୍ଲୀ, ୧୫/୦୫: ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଆମେରିକା ସହ ପ୍ରତିରକ୍ଷା ଉପରେ ନେଇ ବୁଝମଣା ହେବ। ତେବେ ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଆମେରିକାରୁ ପ୍ରିଡେଟର (ଏମକ୍ୟୁ-୯ ରିପର) ଡ୍ରୋନ କିଣିବାକୁ ମଞ୍ଜୁରୀ ଦେଇଛି। ଅବଶ୍ୟ ‘କ୍ୟାବିନେଟ କମିଟି ଅନ୍ ସକ୍ୟୁରିଟି’ (ସିସିଏସ)ର ଅନ୍ତିମ ଅନୁମତି ପରେ ହତିଆର କିଣାଯିବ। କୁହାଯାଉଛି ଯେ, ଡ୍ରୋନକୁ ନେଇ ଏହି ବୁଝାମଣା ୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୪ ହଜାର କୋଟିର ହେବ। ସମୁଦାୟ ୧୮ଟି ଡ୍ରୋନ କିଣାଯିବ।

ସୂଚନା ଅନୁଯାୟୀ, ଗୁରୁବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ବୈଠକ ହୋଇଛି। ଯେଉଁଥିରେ ପ୍ରିଡେଟର ଡ୍ରୋନ କିଣା ନେଇ ଚୁକ୍ତି ହୋଇଛି। ତେବେ ଅନ୍ତିମ ପର୍ଯ୍ୟାୟ ମଞ୍ଜୁରି ମିଳିବା ବାକି ରହିଛି। ଯେତେବି ଦାମୀ ହତିଆର କିଣାହୋଇଥାଏ, ସେଥିପାଇଁ ଅନ୍ତିମ ମଞ୍ଜୁରୀ ସିସିଏସକୁ ଦେବାକୁ ହୋଇଥାଏ। ଆମେରିକା ସହ ହେଉଥିବା ଏହି ଚୁକ୍ତିରେ ମିଳିବାକୁ ଥିବା ଡ୍ରୋନ୍ରୁ ୧୫ଟି ଡ୍ରୋନ୍କୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବ। ଏହାର ବ୍ୟବହାର ନୌସେନା ସମୁଦ୍ର ସହ ଜରୁରୀ ସ୍ଥାନରେ ନିରୀକ୍ଷଣ କରିବା ପାଇଁ କରିବ। ତିନି ସେନାର ଯୋଜନା ରହିଛି ଯେ ଏହି ଭଳି ଭାବରେ ମଧ୍ୟମ ଉଚ୍ଚତାରେ ଉଡ଼ାଣ ଭରୁଥିବା ସ୍ବଦେଶୀ ଡ୍ରୋନ୍କୁ ସେନାରେ ସାମିଲ କରାଯିବ। ଏହାଦ୍ବାରା ସ୍ବଦେଶୀ ହତିଆରକୁ ପ୍ରୋତ୍ସାହନ ମିଳିବ।
ଆହୁରି ପଢ଼ନ୍ତୁ: ଆରବ ସାଗରେ ଶକ୍ତି ଦେଖାଇଲା ଭାରତୀୟ ନୌସେନା, ୩୫ରୁ ଅଧିକ ବିମାନ-ଦୁଇ ଯୁଦ୍ଧପୋତ ସହ ଯୁଦ୍ଧାଭ୍ୟାସ
ଏକ୍ୟୁ-୯ ରିପର ଡ୍ରୋନ୍ ପଙ୍ଖା ଲମ୍ବ ୨୦ ମିଟର, ଯେତେବେଳେକି ଏହାର ଲମ୍ବ ୧୧ ମିଟର ରହିଛି। ଏହି ଡ୍ରୋନ୍ ୨୭ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଉଡ଼ାଣ ଭରିପାରିବ। ଖାଲି ସେତିକି ନୁହେଁ। ଏହା ଆକାଶରେ ୪୪୪ ପ୍ରତିଘଣ୍ଟାର ବେଗରେ ଉଡ଼ିପାରିବ। ଡ୍ରୋନ୍ର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏହା ୫୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରିପାରେ। ଡ୍ରୋନ୍ ୧୭୪୬ କେଜି ଓଜନ ସହ ଉଡ଼ିପାରିବ। ଡ୍ରୋନକୁ ଚୀନ ଏବଂ ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯିବ।
ସୂଚନାଯୋଗ୍ୟ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍ରୁ ୨୪ ଜୁନ୍ ମଧ୍ୟରେ ଆମେରିକା ଗସ୍ତରେ ଯିବେ। ୯ବର୍ଷର କାର୍ଯ୍ୟକାଳରେ ଏହା ପ୍ରଥମ ଥର ଯେତେବେଳେ ପିଏମ ମୋଦୀ ରାଜକୀୟ ଗସ୍ତରେ ଯିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ପିଏମ ମୋଦୀଙ୍କ ସ୍ବାଗତ କରିବେ। ପିଏମ ମୋଦୀ ୟୁଏସ କଂଗ୍ରେସର ଯୁଗ୍ମ ବୈଠକକୁ ସମ୍ବୋଧିତ କରିବେ।
ଆହୁରି ପଢ଼ନ୍ତୁ: ଯୁକ୍ରେନ କ୍ଷେପଣାସ୍ତ୍ର ମାଡ଼ରେ ଋଷ ସେନା ଜେନେରାଲ ନିହତ, ପୁଟିନ୍ଙ୍କୁ ଝଟକା