ନୂତନ ଧରଣର ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ, ବିନା GPSରେ ପାକିସ୍ତାନ-ଚୀନକୁ କରିପାରିବ ଟାର୍ଗେଟ୍

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ଉପକୂଳରୁ ମଧ୍ୟମ ଦୂରଗାମୀ ଏକ ନୂତନ ଧରଣର ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ଏହି ସୂଚନା ମିଳିଛି । ସୂତ୍ର ଅନୁସାରେ ପରୀକ୍ଷଣରେ ଅଭିଯାନର ପୂରା କ୍ଷମତାକୁ ପ୍ରମାଣିତ କରିଛି ଏବଂ ନୂଆ ପ୍ରଯୁକ୍ତିକୁ ସ୍ୱୀକୃତି ଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କ୍ଷମତା ୨୫୦ କିଲୋମିଟରରୁ ଅଧିକ ଦୂର ଯାଏ ଶତ୍ରୁଙ୍କ ଠିକଣାରୁ ଧ୍ୱଂସ କରିପାରିବ ।

ସୂତ୍ର ଅନୁସାରେ ମିସାଇଲ ପରୀକ୍ଷଣ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା ଏବଂ ଏହା ଆବଶ୍ୟକ ମାନଦଣ୍ଡ ଉପରେ ସଠିକ୍ ସାବ୍ୟସ୍ତ ହୋଇଛି । ସୂତ୍ର ଅନୁସାରେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ଭାରତୀୟ ବାୟୁ ସେନା ଦ୍ୱାରା ପରୀକ୍ଷଣ କରାଯାଇଥିବା ମିସାଇଲ୍ ଇସ୍ରାଏଲର କ୍ରିଷ୍ଟଲ ମେଜ ୨ ଆକାଶରୁ ଲଞ୍ଚ କରାଯାଉଥିବା ବାଲିଷ୍ଟିକ୍ ମିସାଇଲ ଅଟେ ଯାହା ROCKS ନାଁରେ ପରିଚିତ ।

ସମାଚାର ଏଜେନ୍ସି ଏଏନଆଇ ରାଷ୍ଟ୍ରୀୟ ସୁରକ୍ଷା ପ୍ରତିଷ୍ଠାନର ବରିଷ୍ଠ ସୂତ୍ରକୁ ଆଧାର କରି କହିଛି ଯେ ଗତ ସପ୍ତାହରେ ଆଣ୍ଡାମାନରେ ଦ୍ୱୀପୀୟ ପରୀକ୍ଷଣ ରେଞ୍ଜରେ Su-30 MKI ଫାଇଟର ଜେଟ୍ ଦ୍ୱାରା ଏହି ମିସାଇଲର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଭାରତୀୟ ବାୟୁ ସେନା ଏବେ ମେକ୍ ଇନ୍ ଇଣ୍ଡିଆ ଜରିଆରେ ବଡ଼ ସଂଖ୍ୟାରେ ଇସ୍ରାଏଲୀ ମିସାଇଲ୍ ହାସଲ କରିବା ପାଇଁ ଯୋଜନା କରୁଛି, କାରଣ ଏହା ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି ।  

ଉଲ୍ଲେଖଯୋଗ୍ୟ ଯେ କ୍ରିଷ୍ଟଲ୍ ମେଜ-୨ ଇସ୍ରାଏଲରୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିବା କ୍ରିଷ୍ଟଲ ମେଜ-୧ଠାରୁ ସମ୍ପୂର୍ଣ୍ଣ ଅଲଗା । କ୍ରିଷ୍ଟଲ ମେଜ-୨ ଏକ ବିସ୍ତାରିତ ଷ୍ଟାଣ୍ଡ-ଅଫ୍ ରେଞ୍ଜର ଆକାଶରୁ ଭୂ-ପୃଷ୍ଠକୁ ଟାର୍ଗେଟ୍ କରୁଥିବା ମିସାଇଲ୍ ଅଟେ । ଭାରତୀୟ ବାୟୁସେନା ଦ୍ୱାରା ଶତ୍ରୁଙ୍କ ଦୀର୍ଘ ଦୂରର ରାଡାର ଏବଂ ବାୟୁ ରକ୍ଷା ପ୍ରଣାଳୀ ପରି ଉଚ୍ଚ ମୂଲ୍ୟର ସ୍ଥିର ଏବଂ ସ୍ଥାନାନ୍ତରିତ ଲକ୍ଷ୍ୟକୁ ହାଲସ କରିବା ପାଇଁ ଏହାକୁ ଉପଯୋଗ କରିବାକୁ ଯୋଜନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.